fbpx

ବୁଲିବା ପାଇଁ ସବୁଠୁ ବେଷ୍ଟ୍ ଭାରତର ଏହି ତିନି ଗାଁ, UN ଦେଲା ମାନ୍ୟତା

ନୂଆଦିଲ୍ଲୀ: ସହରର ଲାଇଫ୍ ଷ୍ଟାଇଲ୍ ଠାରୁ ଏବେ ଲୋକ ମାନେ ଗାଁର ଶାନ୍ତ ପରିବେଷରେ ରହିବାକୁ ବେଶି ପସନ୍ଦ କରିଥାନ୍ତି । ତେଣୁ ଭାରତରେ ଏପରି କିଛି ସ୍ଥାନ ରହିଛି ଯାହା ପର୍ଯ୍ୟଟନ ପାଇଁ ସବୁଠାରୁ ଉତ୍ତମ ତଥା ବେଷ୍ଟ୍ ସ୍ଥାନ । ଆଉ ଆପଣ ମାନେ ଯଦି ସେହିଭଳି କିଛି ସ୍ଥାନ ବୁଲିବାକୁ ଚାହୁଁଛନ୍ତି ବା ସେସବୁ ସ୍ଥାନର ସନ୍ଧାନରେ ଅଛନ୍ତି ତାହେଲେ ଆପଣ ମାନଙ୍କ ପାଇଁ ଖୁସି ଖବର । ଏବେ ଜାତିସଂଘ ପକ୍ଷରୁ ଭାରତର ତିନିଟି ଗାଁକୁ ପର୍ଯ୍ୟଟନ ପାଇଁ ସବୁଠାରୁ ଉତ୍ତମ ସ୍ଥାନ ଭାବରେ ତାଲିକାରେ ନୋମିନେଟ୍ କରିଛି ।

ମେଘାଳୟର କଙ୍ଗୋଥୋଙ୍ଗେ ଗାଁକୁ ପର୍ଯ୍ୟଟନ ପାଇଁ ସବୁଠାରୁ ଉତ୍ତମ ପର୍ଯ୍ୟଟନ ଗାଁ ଭାବରେ ମିଳିତ ଜାତିସଂଘର ବିଶ୍ୱ ପର୍ୟ୍ୟଟନ ସଂଗଠନ ପୁରସ୍କାର ପାଇଁ ଚୟନ କରାଯାଉଛି । କଙ୍ଗୋଥୋଙ୍ଗେ ଗାଁ ସମେତ ଆହୁରି ତିନିଟି ଗାଁକୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଛି । ମିଳିତ ଜାତିସଂଘ ବିଶ୍ୱ ପର୍ଯ୍ୟଟନ ସଂଗଠନର ତାଲିକାରେ ମଧ୍ୟପ୍ରଦେଶର ଲାଧପୁର ଖାସ୍ ଏବଂ ତେଲେଙ୍ଗାନାର ପୋଚମପଲ୍ଲୀ ଗାଁକୁ ସାମିଲ କରିଛନ୍ତି । ପର୍ଯ୍ୟଟନ ଦିଗରୁ ଏହି ଗାଁକୁ ପର୍ଯ୍ୟଟକ ମାନେ ଖୁବ୍ ପସନ୍ଦ କରିଥାନ୍ତି ।

ମଧ୍ୟପ୍ରଦେଶର ଲାଧପୁର ଖାସ୍ ଗାଁକୁ ଚୟନ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଲାଧପୁର ଖାସ୍ କୁ ବେଷ୍ଟ ଟୁରିଜିମ୍ ଭିଲେଜ୍ ଆୱାର୍ଡ ତାଲିକାରେ ଏଣ୍ଟ୍ରି ହେବା ହେଉଛି ଆମ ପାଇଁ ଗର୍ବର ବିଷୟ । ଏନେଇ ସେ ଟୁରିଜିମ୍ ପ୍ରଶାସନ ର ପୂରା ଟିମ୍ କୁ ଅଭିନନ୍ଦନ ଜଣାଇଛନ୍ତି । ସୂଚନା ଯେ, ଏହି ଗାଁ ମଧ୍ୟପ୍ରଦେଶର ଲାଧପୁରା ଗାଁର ଟିକମଗଢ଼ ଜିଲ୍ଲାର ଓରଛା ତହସିଲରେ ଆସିଥାଏ ।

ସେହିପରି ଅନ୍ୟ ଦୁଇ ଗାଁ; ମେଘାଳୟର କଙ୍ଗୋଥୋଙ୍ଗେ ଗାଁ ଏବଂ ତେଲେଙ୍ଗାନାର ପୋଚମପଲ୍ଲୀ ଗାଁକୁ ବେଷ୍ଟ ଟୁରିଜିମ୍ ଭିଲେଜ୍ ଭାବେ ଚୟନ କରାଯାଇଥିବାରୁ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତି କରିଛନ୍ତି । କଙ୍ଗୋଥୋଙ୍ଗେ ଗାଁ ଶିଲଙ୍ଗଠାରୁ ୬୦ କିମି ଦୂରରେ ଅବସ୍ଥିତ । କଙ୍ଗୋଥୋଙ୍ଗେ ଗାଁ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ବେଶ୍ ପ୍ରଶଂସା ସାଉଁଟୁଛି । ଏହି ଗାଁ କୁ ହ୍ୱିସିଲିଂ ଭିଲେଜ ବୋଲି ମଧ୍ୟ କୁହାଯାଏ । ତେବେ ଏହି ଗାଁ ସେହି ୧୨ ଟି ଗାଁ ଭିତରେ ଆସୁଛି ଯେଉଁଠାରେ ପିଲା ମାନେ ଜନ୍ମ ହେବାପରେ ସେମାନଙ୍କୁ ଏକ ବିଶେଷ ପ୍ରକାରର ଧ୍ୱନି ଦିଆଯାଏ । ଏହି ଧ୍ୱନି ପିଲାମାନଙ୍କ ସହିତ ପୂରା ଜୀବନ ଯୋଡ଼ି ହୋଇରହିଥାଏ ।

Get real time updates directly on you device, subscribe now.