ନୂଆ ବର୍ଷ ୨୦୨୫ ଆରମ୍ଭରୁ କରନ୍ତୁ ଏହି କାମ, ସାରା ବର୍ଷ ହେବ ଅର୍ଥ ବର୍ଷା
ମଙ୍ଗଳଙ୍କୁ ଖୁସି କରିବାକୁ ବର୍ଷର ପ୍ରଥମ ଦିନରେ ନାଗ, ନାଗୁଣୀ ଓ ଭୈରବନାଥଙ୍କ ପୂଜା କରିବା ଉଚିତ । ଏହି ଦିନରେ ପୂଜା କଲେ ସାରା ବର୍ଷ ସବୁ ପ୍ରକାରର ସୁଖ ପ୍ରାପ୍ତିର ଯୋଗ ରହିଛି ।
ନୂଆଦିଲ୍ଲୀ- ପୁରୁଣା ବର୍ଷ ଯାହା ଯେମିତି କଟିଗଲା । ନୂଆ ବର୍ଷକୁ ନେଇ ଅନେକ ଆଶା । ଯେଉଁମାନଙ୍କର ୨୦୨୪ ବର୍ଷଟି ଭଲରେ କଟିନି ବା ଯେଉଁମାନଙ୍କର କଟିଛି, ଉଭୟ ଆଶାକରୁଛନ୍ତି ୨୦୨୫ଠାରୁ ଅନେକ । ଅଭାବୀ ମଣିଷ ନୂଆ ବର୍ଷରେ ସବୁ ଅଭାବ ଦୂର ହେବ ବୋଲି ଆଶା ବାନ୍ଧି ବସିଥିବା ବେଳେ ଥିଲା ବାଲା ବି ଚାହୁଁଛି ନୂଆ ବର୍ଷ ଆହୁରି ଅଧିକ ଖୁସି, ଅର୍ଥର ସମ୍ଭାର ନେଇ ଆସୁ ।
ତେଣୁ ପ୍ରତି ନୂଆ ବର୍ଷ ଆଗମନରେ ଲୋକେ ମଠ ମନ୍ଦିର ଯାଇ ଭଗବାନଙ୍କ ପୂଜାର୍ଚ୍ଚନା କରିବା ସହ ଦାନ ଧର୍ମ ଦେଇଥାନ୍ତି । ହେଲେ ଖାଲି ସେମିତି ଯାଇ ପୂଜା ପାଠ କଲେ ଯେତିକି ଫଳ ମିଳିବ ତାଠାରୁ ଅଧିକ ଫଳ ମିଳିଥାଏ ବିଧି ବ୍ୟବସ୍ଥାରେ ଏହି କର୍ମକାଣ୍ଡ କରିବାରେ ।
ଏଥିରେ ଆମ କୁଣ୍ଡଳିର ରହିଛି ଅନେକ ଭୂମିକା । ୨୦୨୫ରେ ଭାରତର କୁଣ୍ଡଳିରେ ବିଛା ଲଗ୍ନ ସହ ବୁଧ, ସୂର୍ଯ୍ୟ ଚନ୍ଦ୍ର ଓ ଶୁକ୍ର ତଥା ଶନି ପ୍ରଥମ ୪ଟି ଘରେ ଅବସ୍ଥାନ କରିଛନ୍ତି । ଭାଗ୍ୟ ସ୍ଥାନରେ ମଙ୍ଗଳ ଓ ୧୧ ସ୍ଥାନରେ କେତୁ ରହିଛନ୍ତି ।
କୁଣ୍ଡଳୀ ଅଧ୍ୟୟନରୁ ନବମ ସ୍ଥାନରେ ମଙ୍ଗଳ ଅବସ୍ଥାନ କରିଥିବାରୁ ଲୋକଙ୍କ ପାଇଁ ଅନେକ ସମସ୍ୟାର ସମ୍ଭାବନା ରହିଛି । ମଙ୍ଗଳଙ୍କୁ ଖୁସି କରିବାକୁ ବର୍ଷର ପ୍ରଥମ ଦିନରେ ନାଗ, ନାଗୁଣୀ ଓ ଭୈରବନାଥଙ୍କ ପୂଜା କରିବା ଉଚିତ । ଏହି ଦିନରେ ପୂଜା କଲେ ସାରା ବର୍ଷ ସବୁ ପ୍ରକାରର ସୁଖ ପ୍ରାପ୍ତିର ଯୋଗ ରହିଛି ।
ଏଥିସହ ମଙ୍ଗଳ ସହ କେତୁଙ୍କୁ ସନ୍ତୁଷ୍ଟ କରିବାକୁ ହନୁମାନ ଚାଳିସା ପାଠ କଲେ ଅନେକାଂଶରେ ଲାଭ ମିଳିବ ବୋଲି ଜ୍ୟୋତିର୍ବିଦ କହୁଛନ୍ତି । ହନୁମାନ ଚାଳିସା ସବୁ ବିପତ୍ତିରୁ ରକ୍ଷା କରିବାକ ସହ ଜୀବନକୁ ଜ୍ଞାନ ବୁଦ୍ଧିରେ ସମୃଦ୍ଧ କରିଥାନ୍ତି ।
ଏହା ବ୍ୟତୀତ ଗାୟତ୍ରୀ ପୂଜାର ବଡ ମହତ୍ୱ ରହିଛି । ତେଣୁ ବର୍ଷର ପ୍ରଥମ ଦିନରେ ଗାୟନ୍ତ୍ରୀଙ୍କ ଯଜ୍ଞ କରନ୍ତୁ । ଏହି ସବୁ ପୂଜା, ପାଠ ଓ ଯଜ୍ଞ ବ୍ରହ୍ମ ମୁହୂର୍ତ୍ତରେ କରିବା ଉଚିତ ।