fbpx

ଆତଙ୍କବାଦୀକୁ ପାଳୁଛନ୍ତି-ପୋଷୁଛନ୍ତି, ଏମାନେ ହେଉଛନ୍ତି ଦୋଷୀ: ଜାତିସଂଘ ମଞ୍ଚରେ ପାକିସ୍ତାନକୁ ଏପରି କହିଲା ଭାରତ

ନୂଆଦିଲ୍ଲୀ: ଜାତିସଂଘରେ ପୁଣିଥରେ ପାକିସ୍ତାନ ଉପରେ କ୍ଷୁବ୍ଧ ହେଲା ଭାରତ । ଆତଙ୍କବାଦୀକୁ ପ୍ରଶୟ ଦେବା ଓ ସେମାନଙ୍କୁ ସମର୍ଥନ କରିବା ପରିପ୍ରେକ୍ଷୀରେ ଭାରତ, ପାକିସ୍ତାନ ଉପରେ ଖୁବ୍ ବର୍ଷିଛି । ପାକ୍ କୁ ଟାର୍ଗେଟ୍ କରି ଭାରତ କହିଛି ଯେ, ଆତଙ୍କବାଦକୁ ସମର୍ଥନ କରିବା ଓ ସହଯୋଗ କରୁଥିବାରୁ ସ୍ପଷ୍ଟ ରୂପରେ ଦୋଷୀ ଓ ଜାଣିଶୁଣି ଆତଙ୍କବାଦୀଙ୍କୁ ସୁରକ୍ଷା ପ୍ରଦାନ କରାଯାଉଛି । ଏହିଭଳି କିଛି ଦେଶ ବିରୋଧରେ ପଦକ୍ଷେପ ଗ୍ରହଣ କରିବାକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ଅପିଲ୍ କରିଛି ଭାରତ । ଏହି ପରିପ୍ରେକ୍ଷୀରେ ଜବାବ ରଖିବାକୁ ମଧ୍ୟ କହିଛି ଭାରତ ।

ଜାତିସଂଘ ଫୋରମକୁ ଭାରତ ପୁଣି ଥରେ କହିଛି ଯେ ତିନି ଦଶନ୍ଧିରୁ ଅଧିକ ସମୟ ଧରି ଭାରତ ସୀମା ଆତଙ୍କବାଦର ଶିକାର ହୋଇଆସୁଛି। ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ମିଶନର ପ୍ରଥମ ସଚିବ ରାଜେଶ ପରିହାର ଗୁରୁବାର ଦିନ ଆତଙ୍କବାଦ ନିରୋଧୀ କମିଟିର ମିଳିତ ସ୍ୱତନ୍ତ୍ର ବୈଠକରେ ଏବଂ ୧୨୬୭/୧୯୮୯/୨୨୫୩ ଆଇଏସଆଇଏଲ ଏବଂ ଅଲ-କାଏଦା ପ୍ରତିବନ୍ଧକ କମିଟିରେ ଏହି ମନ୍ତବ୍ୟ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଏକ ରିପୋର୍ଟକୁ ଦର୍ଶାଇ କହିଛନ୍ତି ଯେ, ମିଳିତ ଜାତିସଂଘ ଦ୍ୱାରା ନିଯୁକ୍ତ ଆତଙ୍କବାଦୀ ଗୋଷ୍ଠୀର ନେତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ରେ ଦକ୍ଷିଣ ଏସିଆର କିଛି ଦେଶର ଢ଼ିଲାପଣ ଦେଖିବାକୁ ମିଳିଛି ଏବଂ ଏହିସବୁ ଦେଶରେ ଆତଙ୍କବାଦୀ ସଂଗଠନଗୁଡ଼ିକ ପାଣ୍ଠି ସଂଗ୍ରହ ଜାରି ରଖିଛନ୍ତି । ଭାରତ ଏହିକଥା ପାକିସ୍ତାନ ଆଡକୁ ଇସାରା କରି କହିଥିବା ଜଣାପଡ଼ିଛି ।

ଆତଙ୍କବାଦୀଙ୍କ ବିପଦକୁ ସଫଳତାର ସହ ମୁକାବିଲା କରିବା ପାଇଁ ଆତଙ୍କବାଦୀଙ୍କ ଆର୍ଥିକ ସମ୍ବଳକୁ ରୋକିବା ଭାରତର ଦୂତ ରାଜେଶ ପରିହାର କହିଛନ୍ତି। କେତେକ ଦେଶରେ ଆଇନଗତ ଅପରେଟିଂ ଢ଼ାଞ୍ଚା ଓ ଆବଶ୍ୟକ ଆତଙ୍କବାଦର ଆର୍ଥିକ ମୁକାବିଲା କ୍ଷମତାର ମୁକାବିଲା କରିବାରେ ଅବହେଳା କରାଯାଉଛି । ସେହିପରି କିଛି ଦେଶ ଜାଣିଶୁଣି ସ୍ପଷ୍ଟ ରୂପେ ଆତଙ୍କବାଦକୁ ସମର୍ଥନ ଓ ସହାୟତା ଯୋଗାଉଛନ୍ତି । ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରୁଛନ୍ତି । ତେଣୁ ଆତଙ୍କବାଦୀଙ୍କୁ ନିରାପଦ ସ୍ଥାନ ପ୍ରଦାନ କରିବାରେ ସେମାନେ ଦୋଷୀ ଅଟନ୍ତି । ସେ କହିଛନ୍ତି ଯେ, ଅନ୍ତର୍ଜାତୀୟ ସମୁଦାୟ ଏଭଳି ଦେଶକୁ ସେମାନଙ୍କ କାର୍ୟ୍ୟ ପାଇଁ ଉତ୍ତରଦାୟୀ କରିବା ଉଚିତ୍।

 

Get real time updates directly on you device, subscribe now.