SBIରୁ ୩.୫ ଲକ୍ଷ ଟଙ୍କା ଉଠାଇ ବାଇକ୍ ଡିକିରେ ରଖିଥିଲେ, ଚୋର ଭାଙ୍ଗି ନେଇଗଲେ

ବାଇକ୍ ଡିକି ଭାଙ୍ଗି ୩.୫ ଲକ୍ଷ ଟଙ୍କା ଲୁଟ୍‌

ବଣାଇ: ବାଇକ୍ ଡିକି ଭାଙ୍ଗି ୩.୫ ଲକ୍ଷ ଟଙ୍କା ଲୁଟିନେଲେ । ଏସବିଆଇରୁ ଟଙ୍କା ଉଠାଇ ବାଇକ୍ ଡିକିରେ ରଖିଥିଲେ । ୨ ଦୁର୍ବୃତ୍ତ ଆସି ଡିକି ଭାଙ୍ଗି ଟଙ୍କା ବ୍ୟାଗ ନେଇ ଚମ୍ପଟ ମାରିଛନ୍ତି ।

ଯେତେବେଳେ ବାଇକ ଆରୋହୀ ଜଣକ ଡିକି ଦେଖିଥିଲେ, ସେଥିରେ ଟଙ୍କା ନଥିଲା । ଏହାପରେ ସିସିଟିଭି କ୍ୟାମେରା ଚେକ୍ କରିଥିଲେ । ଏହାପରେ ଏହି ଲୁଟ୍ ବେଳର ଦୃଶ୍ୟ ସିସିଟିଭିରେ ରେକର୍ଡ କରାଯାଇଛି ।