fbpx

ରାମଲଲାଙ୍କ ତୃତୀୟ ମୂର୍ତ୍ତି ସାମ୍ନାକୁ ଆସିଲା: ପୂର୍ବରୁ ଆସିଥିଲା ପ୍ରଥମ ଓ ଦ୍ୱିତୀୟ ପ୍ରତିମା

ନୂଆଦିଲ୍ଲୀ: ଯୁଗ ଯୁଗର ପ୍ରତୀକ୍ଷାର ଅନ୍ତ ଘଟିଛି । ଅଯୋଧ୍ୟାର ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କର ପ୍ରାଣ ପ୍ରତିଷ୍ଠା ଉତ୍ସବ ଜାନୁଆରୀ ୨୨ ତାରିଖରେ ସମାପ୍ତ ହୋଇଛି । ଏହି ଉତ୍ସବ ପାଇଁ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଅଜସ୍ର ଅର୍ଥ ଦାନ କରିଥିବା ବେଳେ ଗୁଗଲରେ ରାମଲଲା ଟ୍ରେଣ୍ଡ କରିଥିଲା । ଅଯୋଧ୍ୟାର ଗଳିକନ୍ଦିରରେ ଲକ୍ଷ ଲକ୍ଷ ରାମଭକ୍ତ ଭାବବିହ୍ୱଳ ହେବା ସହିତ ଭବ୍ୟ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାର ସଫଳତାକୁ ନେଇ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଆଖିର ଲୁହକୁ ଲୁଚାଇ ପାରିନଥିଲେ ।

ତେବେ ଏହା ମଧ୍ୟରେ ରାମଲଲାଙ୍କ ତୃତୀୟ ମୂର୍ତ୍ତି ସାମ୍ନାକୁ ଆସିଛି । ଏହି ମୂର୍ତ୍ତିକୁ ବେଙ୍ଗାଲୁରୁର ମୂର୍ତ୍ତିକାର ଜି.ଏସ ଭଟ୍ଟ ନିର୍ମାଣ କରିଛନ୍ତି । ଏହାକୁ ମଧ୍ୟ ରାମ ମନ୍ଦିରରେ ସ୍ଥାପନ କରାଯିବ । ତେବେ ମନ୍ଦିରରେ କେଉଁ ସ୍ଥାନରେ ତୃତୀୟ ମୂର୍ତ୍ତିକୁ ସ୍ଥାପନ କରାଯିବ ସେନେଇ ତୀର୍ଥ କ୍ଷେତ୍ର କମିଟି ନିଷ୍ପତ୍ତି ନେବ । ଏହା ପୂର୍ବରୁ ରାମଲଲାଙ୍କ ଦ୍ୱିତୀୟ ମୂର୍ତ୍ତି ସାମ୍ନାକୁ ଆସିଥିବା ବେଳେ ତାହାକୁ ମନ୍ଦିରର ପ୍ରଥମ ମହଲାରେ ସ୍ଥାପନ କରାଯାଇପାରେ । ଦ୍ୱିତୀୟ ମୂର୍ତ୍ତିକୁ ଶିଳ୍ପୀ ସତ୍ୟ ନାରାୟଣ ପାଣ୍ଡେ ନିର୍ମାଣ କରିଥିଲେ ।
ସାମ୍ନାକୁ ଆସିଥିବା ତୃତୀୟ ମୂର୍ତ୍ତିରେ ମଧ୍ୟ ରାମଲଲାଙ୍କ ଶ୍ୟାମଳ ରଙ୍ଗ ଦେଖିବାକୁ ମିଳିଛି । ପ୍ରଭୁଙ୍କ ଡାହାଣ ହାତରେ ତୀର ଓ ବାମ ହାତରେ ଧନୁ ଦେଖିବାକୁ ମିଳିଛି । ପ୍ରଥମ ମୂର୍ତ୍ତିରେ ଭଗବାନ ରାମ ହାତରେ ସୁବର୍ଣ୍ଣ ରଙ୍ଗର ଧନୁ-ତୀର ରହିଥିବା ବେଳେ ତୃତୀୟ ମୂର୍ତ୍ତିରେ କଳା ରଙ୍ଗର ଧନୁ-ତୀର ଦେଖିବାକୁ ମିଳିଛି । ମନ୍ଦିର ଗର୍ଭଗୃହରେ ସ୍ଥାପିତ ହୋଇଥିବା ମୂର୍ତ୍ତି ତୁଳନାରେ ନୂଆ ମୂର୍ତ୍ତିରେ ବେଶି ତାରତମ୍ୟ ଦେଖିବାକୁ ମିଳିନାହିଁ ।

ସୂଚନାଯୋଗ୍ୟ ଯେ, ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ସମାପ୍ତ ହେବା ପରେ ପ୍ରଥମ ଦିନର ପାଖାପାଖି ୫ ଲକ୍ଷ ରାମଲଲାଙ୍କୁ ଦର୍ଶନ କରିଥିଲେ । ଏହି ରେକର୍ଡ ସଂଖ୍ୟକ ଭକ୍ତଙ୍କୁ ନିୟନ୍ତ୍ରଣ କରିବା ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ତରଫରୁ ଟ୍ରାଫିକ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ଏପରିକି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଅଯୋଧ୍ୟାରେ ପହଞ୍ଚି ସମସ୍ତ କାର୍ଯ୍ୟ ସୁଚାରୁରୂପେ ସମ୍ପାଦକ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Get real time updates directly on you device, subscribe now.