fbpx

Third Party App ଜାରି କଲା PayTm: UPI ସହ ସାମିଲ ହେବାକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ଆଜିଠାରୁ ପେଟିଏମର PayTm Payments Bank ସେବା ଉପରେ ରୋକ ଲାଗିଛି । ଯାହାଫଳରେ ଗ୍ରାହକ ଏହି ସୁବିଧାକୁ ଉପଭୋଗ କରିପାରିବେ ନାହିଁ । ତେଣୁ ଏହାର ବିକଳ୍ପ ଭାବରେ କମ୍ପାନୀ ଏକ ନୂଆ ବିକଳ୍ପ ଉପଲବ୍ଧ କରାଇଛି । ଏଣିକି ଏକ ଥାର୍ଡ ପାର୍ଟି ଆପ୍ ଭାବରେ କାର୍ଯ୍ୟ କରିବ PayTm । ମୂଳ କମ୍ପାନୀ One97କୁ ମଲ୍ଟି ବ୍ୟାଙ୍କ ମଡେଲ ଜରିଆରେ UPIରେ PayTm ଏକ ଥାର୍ଡ ପାର୍ଟି ଆପ୍ ପ୍ରୋଭାଇଡର ଭାବେ କାର୍ଯ୍ୟ କରିବ । ଏଥିପାଇଁ ନେସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ(NPCI) ତରଫରୁ କମ୍ପାନୀକୁ ଅନୁମତି ମଧ୍ୟ ମିଳିସାରିଛି । ଦେଶର ୪ଟି ବଡ଼ ବ୍ୟାଙ୍କ ମଧ୍ୟ ପେଟିଏମର ଏହି ସର୍ଭିସ ପ୍ରୋଭାଇଡରକୁ ସମର୍ଥନ ଜଣାଇଛନ୍ତି ।

ସୂଚନା ଅନୁସାରେ, ପେଟିଏମର One97 କମ୍ୟୁନିକେସନ୍ ଲିମିଟେଡକୁ ୟୁପିଆଇରେ ମଲ୍ଟି ବ୍ୟାଙ୍କ ମଡେଲ ଜରିଆରେ ଥାର୍ଡ-ପାର୍ଟି ଆପ୍ ପ୍ରୋଭାଇଡର ଭାବେ କାର୍ଯ୍ୟ କରିବାକୁ ଅନୁମତି ଦେଇଛି NPCI। ଦେଶର ୪ଟି ବଡ଼ ବ୍ୟାଙ୍କିଙ୍ଗ ସେକ୍ଟର ଯଥା:- ଆକ୍ସିସ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ Yes Bank ଇତ୍ୟାଦି One97 କମ୍ୟୁନିକେସନ ଲିମିଟେଡର ପେମେଣ୍ଟ ସର୍ଭିସ ପ୍ରୋଭାଇଡର ଭାବେ କାମ କରିବ । ଏନପିସିଆଇର ଏହି ନିଷ୍ପତ୍ତି ପରେ ୟୁଜର୍ସ ଏବଂ ବ୍ୟବସାୟୀ UPI କାରବାର ଏବଂ Auto-Payକୁ ସିମଲେସ ଭାବେ ଜାରି ରଖିପାରିବେ।

One97 କମ୍ୟୁନିକେସନ ଲିମିଟେଡକୁ କମ୍ପାନୀ ନୂଆ ପେମେଣ୍ଟ ସର୍ଭିସ ଯୋଗାଣକାରୀ ବ୍ୟାଙ୍କ ପାଖରେ ଖୁବ୍‌ ଶୀଘ୍ର ସମସ୍ତ ହ୍ୟାଣ୍ଡେଲ୍ସର ମାଇଗ୍ରେସନ କାମ ସମ୍ପୂର୍ଣ୍ଣ କରିବା ପାଇଁ NPCI ପରାମର୍ଶ ଦେଇଛି । ତେବେ ବ୍ୟାଙ୍କଗୁଡିକ ସହିତ ମିଶ୍ରଣ ପାଇଁ ଏକ ମାସରୁ ଅଧିକ ସମୟ ଲାଗିପାରେ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.