fbpx

ଗଭୀର ସମୁଦ୍ରରେ ଟ୍ରଲର ନିଖୋଜ: ୧୩ ମତ୍ସ୍ୟଜୀବୀଙ୍କର ମିଳୁନି ପତ୍ତା

ପଟ୍ଟାମୁଣ୍ଡାଇ(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ଟ୍ରଲର ସହ ୧୩ ମତ୍ସ୍ୟଜୀବୀ ନିଖୋଜ । ସମୁଦ୍ରକୁ ମାଛ ଧରିବାକୁ ଯାଇ ଟ୍ରଲର ନିଖୋଜ ହୋଇଥିବା ଘଟଣା ସାମ୍ନାକୁ ଆସିଛି । କେନ୍ଦ୍ରାପଡ଼ା ରାଜନଗର ବ୍ଲକ ତାଳଚୁଆ ନିକଟ ସମୁଦ୍ରରେ ଟ୍ରଲର ନିଖୋଜ ହୋଇଥିବା ଜଣାପଡିଛି । ଉପାସନା-୧ ଟ୍ରଲରରେ ମାଛ ଧରିବାକୁ ଯାଇଥିଲେ ମତ୍ସ୍ୟଜୀବୀ ।

ସୂଚନା ମୁତାବକ, ତାଳଚୁଆ ସାମୁଦ୍ରିକ ଅଞ୍ଚଳରୁ ଟ୍ରଲରଟି ମାଛ ଧରିବାକୁ ଯାଇ ନିଖୋଜ ହୋଇଛି  । କାଲି ସନ୍ଧ୍ୟାରୁ ଟ୍ରଲର ସହ ଯୋଗାଯୋଗ ହୋଇପାରୁନଥିବା ସୂଚନା ମିଳିଛି । ଟ୍ରଲରର ଜିପିଏସ ସଂଯୋଗ ବିଚ୍ଛିନ୍ନ ହୋଇଛି । ଟ୍ରଲରରେ ୧୩ ମତ୍ସ୍ୟଜୀବୀ ଥିଲେ, ଯେଉଁମାନେ ଏବେ ନିଖୋଜ ଅଛନ୍ତି । କୋଷ୍ଟଗାର୍ଡ ଓ ସାମୁଦ୍ରିକ ଥାନା ପୋଲିସ ଖୋଜାଖୋଜି ଆରମ୍ଭ କରିଛନ୍ତି । ଏନେଇ ତାଳଚୁଆ ସାମୁଦ୍ରିକ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.