fbpx
BSKY
BJD YOUTH SKY
BJD MS SKY

ଘରେ ଜଳୁଥିଲା ମାତ୍ର ଗୋଟିଏ ବଲବ୍: ତଥାପି ବିଲ୍ ଆସିଲା ୧୩ ହଜାରରୁ ଅଧିକ, ଏହା କେମିତି ସମ୍ଭବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବିଦ୍ୟୁତ ବିତରଣ କରୁଥିବା ଘରୋଇ କମ୍ପାନୀଗୁଡ଼ିକର ଅନେକ ରୋଚକଭରା କାହାଣୀ ପୂର୍ବରୁ ଅନେକଥର ଦେଖାଯାଇଛି । ବ୍ୟବହାର ନକରି ମଧ୍ୟ ଅନେକ ଲୋକଙ୍କର ପ୍ରକୃତ ମୂଲ୍ୟଠାରୁ ଅଧିକ ବିଲ୍ ଆସିଥିବାର ଅନେକ ଉଦାହରଣ ରହିଛି । ତେବେ ଏପରି ଏକ ଖବର ଆସିଛି ଢେଙ୍କାନାଳ ଜିଲ୍ଲାରୁ । ଜଣେ ବୃଦ୍ଧ ତାଙ୍କ ଘରେ ଗୋଟିଏ ମାତ୍ର ବଲବ ଜାଳୁଥିବା ବେଳେ ତାଙ୍କର ବିଲ୍ ଆସିବା ପରେ ସେ ହତବାକ୍ ହୋଇଯାଇଥିଲେ । ବିଦ୍ୟୁତ ବିତରଣ କମ୍ପାନୀ ଟିପିସିଓଡିଏଲ ଉକ୍ତ ବୃଦ୍ଧାଙ୍କ ପାଖକୁ ୧୩ ହଜାର ଟଙ୍କା ପଠାଇଛି । ତେବେ ବ୍ୟବହାର ନକରି କିପରି ଏତେ ବଡ଼ ଆମାଉଣ୍ଟର ବିଲ୍ ଆସିଲା ତାହାକୁ ନେଇ ବର୍ତ୍ତମାନ ଉଠିଛି ପ୍ରଶ୍ନ ।

ଜଣାପଡ଼ିଛି ଯେ, ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକର ଖଡଗପ୍ରସାଦ ଗ୍ରାମର ଅମରି ମହାରଣା ଗତ ୭ ତାରିଖ ଦିନ ଟାଟା ପାୱାରଠାରୁ ୧୩ ହଜାର ୭୦ ଟଙ୍କାର ବିଦ୍ୟୁତ ବିଲ୍ ପାଇଥିଲେ । ଅମରିଙ୍କ ପୁଅ-ବୋହୂ ଘରଠାରୁ ଦୂରରେ ରହିବା ସହ ସେ ଗତବର୍ଷ ୧୦ ମାସ ଝିଅ ଘରେ କଟାଇଥିଲେ । ତାଙ୍କର ଘରେ ଥିବା ଗୋଟିଏ ବଲବ ୧୦ ମାସ ଜଳିନଥିବା ବେଳେ ଏତେ ବିଲ୍ କେମିତି ଆସିଲା? ଏନେଇ ବୃଦ୍ଧା ଅମରି ମେରାମଣ୍ଡଳୀ ସେକ୍ସନରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଏ ବାବଦରେ ମେରାମଣ୍ଡଳୀ ସେକ୍ସନର କନିଷ୍ଠ ଯନ୍ତ୍ରୀ କହିଛନ୍ତି ଯେ, ମିଟର ରିଡିଂ ନେବାରେ ତ୍ରୁଟି ଯୋଗୁଁ ଏପରି ଅତ୍ୟଧିକ ବିଲ୍ ଆସିଥିବାର ଅନୁମାନ କରାଯାଉଛି । ତେଣୁ ମିଟର ଭେରିଫିକେସନ ପାଇଁ ଏକ ଟିମ୍ ଶ୍ରୀମତୀ ମହାରଣାଙ୍କ ଘରକୁ ଯାଇ ମିଟର ଯାଞ୍ଚ କରିଥିବା ସେ କହିଛନ୍ତି । ତେବେ ଆଗକୁ ବୃଦ୍ଧାଙ୍କୁ ପ୍ରଶାସନ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.