fbpx

(Video) ଯୁବତୀଙ୍କ ଦକ୍ଷତା ଜାଣିଲେ ଆପଣ ବି କରିବେ ସଲାମ: ପାଇଛନ୍ତି ବିଶ୍ୱ ରେକର୍ଡରେ ସ୍ଥାନ

ଦୁନିଆରେ ଦକ୍ଷ ଲୋକଙ୍କର ଅଭାବ ନାହିଁ । ଆପଣ ଏଭଳି ଅନେକ ପ୍ରତିଭାବାନ ବ୍ୟକ୍ତିଙ୍କୁ ଦେଖିଥିବେ ଆଉ ସାକ୍ଷାତ ବି କରିଥିବେ । ଆଉ ତାଙ୍କର ଦକ୍ଷତାକୁ ଦେଖି ଆପଣ ନିଶ୍ଚୟ ହୋଇଥିବେ । ତେବେ ବର୍ତ୍ତମାନ ଏହିଭଳି ଜଣେ ଯୁବତୀଙ୍କ ଚର୍ଚ୍ଚା ହେଉଛି । ଯିଏକି ଦୁଇ ହାତରେ ଫଟାଫଟ୍ ଏକା ସାଙ୍ଗରେ ଲେଖିପାରୁଛନ୍ତି । ଆଉ ବିଶ୍ୱ ରେକର୍ଡରେ ମଧ୍ୟ ସ୍ଥାନିତ ହୋଇଛନ୍ତି ।

ଆପଣ କେବେ ଦୁଇ ହାତରେ ଲେଖିବାକୁ ଚେଷ୍ଟା କରିଛନ୍ତି କି? ହୁଏତ ଆପଣ ଏଭଳି କରି ସଫଳ ହୋଇପାରିନଥିବେ । କିନ୍ତୁ ଜଣେ ୧୮ ବର୍ଷୀୟ ଝିଅ ଏଭଳି କରିବାରେ ସଫଳ ହୋଇଛନ୍ତି । କର୍ଣ୍ଣାଟକର ମଙ୍ଗଲୁରୁର ସ୍ୱରୂପା ଏକ ସାଙ୍ଗରେ ଦୁଇ ହାତରେ ଲେଖିବାରେ ବେଶ୍ ପାରଙ୍ଗମ । ଅତି ଦକ୍ଷ ଭାବରେ ଫଟାଫଟ ଦୁଇ ହାତରେ କନ୍ନଡ, ହିନ୍ଦୀ, ଇଂରାଜୀ, ଟୁଲୁ, ମାଲୟାଲମ ଭାଷା ଅତି ସହଜରେ ଲେଖିପାରନ୍ତି । କୌଣସି ସ୍ଥାନରେ ଅଟକି ନଥାନ୍ତି, ଖୁବ୍ ସହଜରେ ଏବଂ ନିର୍ଭୁଲ ଭାବରେ ଦୁଇ ହାତରେ ଲେଖିପାରନ୍ତି । ଆଉ ଏହି କଳା ଯୋଗୁଁ ସେ ଏବେ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି । ଆଉ ଏଭଳି କରି ସେ ଦେଶର ନାଁ ରଖିଛନ୍ତି । ଖାଲି ସେତିକି ନୁହେଁ ସେ ଆହୁରି ଅନେକ ଭାଷା ମଧ୍ୟ ଲେଖିପାରନ୍ତି । ୧୦ ଭିନ୍ନ ଭିନ୍ନ ଉପାୟରେ ମଧ୍ୟ ସେ ଏହି ଭାଷାକୁ ଲେଖିପାରନ୍ତି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.