ବ୍ୟାନ୍ ହେଲା ଏହି ଆପ୍, ବିଶେଷ କରି ସରକାରୀ କମ୍ପାନୀରେ ବ୍ୟବହାର ହେବନି ଏହି ସବୁ ଆପ୍

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି। ସରକାରୀ କମ୍ପାନୀର କମ୍ପ୍ୟୁଟରରେ ବ୍ୟବହାର ହେବନି ଏହିସବୁ ଆପ୍। ସରକାରୀ ଡାଟା ଲିକକୁ ରୋକିବା ପାଇଁ ସରକାରଙ୍କ ପଦକ୍ଷେପ।

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କଡ଼ା ନିର୍ଦ୍ଦେଶ। ଏଣିକି ବ୍ୟବହାର କରିପାରିବେନି ଏହିସବୁ ଆପ୍। ବିଶେଷ କରି ସରକାରୀ କର୍ମଚାରୀମାନେ ଏହାକୁ ବ୍ୟବହାର ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସରକାରୀ କାର୍ଯ୍ୟାଳୟର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍ ହେବା ଘଟଣା ଦିନକୁ ଦିନ ବୃଦ୍ଧି ପାଇବା କାରଣରୁ AI ଆପ୍ ଚାର୍ଟଜିପିଟି ଓ ଡିପସିକ ବ୍ୟବହାର ନକରିବାକୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି।

ବ୍ୟାନ୍ ହେଲା AI ଆପ୍: ତେବେ ଦିନକୁ ଦିନ AI ଆପର ଚାହିଦା ଅଧିକ ବୃଦ୍ଧି ପାଉଥିବାରୁ ଏହା ଉପରେ ଥିଲା ସାଇବର ଠକ ମାନଙ୍କର ଆଖି। ତେଣୁ ଏହି AI ଆପ୍ ଚାର୍ଟଜିପିଟି ଓ ଡିପସିକ ବ୍ୟବହାର ଉପରେ କେନ୍ଦ୍ର ସରକାର କଟକଣା ଲଗାଇଛନ୍ତି।

କାମ କରିବା ସମୟରେ ଅଫିସର ଲାପଟପ ଓ କମ୍ପ୍ୟୁଟରେ ଚାର୍ଟଜିପିଟି ଓ ଡିପସିକ ବ୍ୟବହାର ନକରିବାକୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ଅର୍ଥ ସଚିବଙ୍କ ଅନୁମୋଦନ ପରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି।

ବିଶେଷ କରି ରାଜସ୍ୱ, ଅର୍ଥନୈତିକ ବ୍ୟାପାର, ବ୍ୟୟ, ସାର୍ବଜନୀନ ଉଦ୍ୟୋଗ, DIPAM ଏବଂ ଆର୍ଥିକ ସେବା ସମେତ ପ୍ରମୁଖ ସରକାରୀ ବିଭାଗଗୁଡ଼ିକୁ ଏହି ନିର୍ଦ୍ଦେଶ ଦିଆଯାଇଛିଛ

କାହିଁକି ବ୍ୟାନ୍ ହେଲା AI ଆପ୍: ଯୁଗ୍ମ ସଚିବ ପ୍ରଦୀପ କୁମାର ସିଂହଙ୍କ ଦ୍ୱାରା ସ୍ୱାକ୍ଷରିତ ଏହି ଆଦେଶରେ କୁହାଯାଇଛି ଯେ, ସରକାରୀ କମ୍ପ୍ୟୁଟରରେ AI ଆପ୍ଲିକେସନ ବ୍ୟବହାର ଦ୍ୱାରା ଏହା ସରକାରୀ ସୂଚନାକୁ ପଦାରେ ପକାଉଛି। ଆଗାମୀ ଦିନରେ ଏହା ଏଧିକ ବିପଦପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ।

ଏହାକୁ ଦୃଷ୍ଟିରେ ରଖି, ମନ୍ତ୍ରଣାଳୟ ସମସ୍ତ କର୍ମଚାରୀଙ୍କୁ ସରକାରୀ ଡିଭାଇସରେ ଏପରି ଉପକରଣ ବ୍ୟବହାର ନକରିବାକୁ ପରାମର୍ଶ ଦେଇଛନ୍ତି। ଅର୍ଥ ସଚିବଙ୍କ ଅନୁମୋଦନ ପରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି।

AIକୁ ନେଇ ବଢ଼ୁଥିବା ଚିନ୍ତା: ଦିନକୁ ଦିନ AIକୁ ନେଇ ଚିନ୍ତା ବଢିବାରେ ଲାଗିଛି। ChatGPT ସମେତ ଅନେକ AI ମଡେଲ୍ ବାହାର ସର୍ଭରରେ ବ୍ୟବହାରକାରୀଙ୍କ ଇନପୁଟ୍ ଡାଟାକୁ ଲିକ୍ କରିବାର ସମ୍ଭାବନା ରହୁଛି।

ତେଣୁ ପୂର୍ବରୁ ମଧ୍ୟ ଅନେକ ଘରୋଇ କମ୍ପାନୀ ଏବଂ ବିଦେଶର ବଡ଼ ବଡ଼ କମ୍ପାନୀ ମଧ୍ୟ ଏହି ଆପ ବ୍ୟବହାର କରିବା କମାଇ ଦେଇଛନ୍ତି। ପୂର୍ବରୁ, ଇଟାଲୀ ଏବଂ ଅଷ୍ଟ୍ରେଲିଆ ମଧ୍ୟ ଚୀନ୍ ଏଆଇ ଟୁଲ୍ ଡିପସିକ୍ ଉପରେ ପ୍ରତିବନ୍ଧକ ଲଗାଇ ସାରିଛନ୍ତି।