ଫେବୃଆରୀ ୮ରେ ବନ୍ଦ ରହିବ ଏହି ବ୍ୟାଙ୍କର UPI ସର୍ଭିସ, ଗ୍ରାହକଙ୍କ ଉପରେ ପଡ଼ିବ ପ୍ରଭାବ

ଦେଶର ଏକ ବଡ଼ ପ୍ରାଇଭେଟ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ସୂଚନା ଦେଇଛି ଯେ, ୮ ଫେବୃଆରୀ ଦିନ କିଛି ଘଣ୍ଟା ପାଇଁ ବନ୍ଦ ରହିବ ୟୁପିଆଇ ସର୍ଭିସ..

ନୂଆଦିଲ୍ଲୀ: ଯଦି ଆପଣ UPI ବ୍ୟବହାର କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ। ଦେଶର ଏକ ବଡ ଘରୋଇ ବ୍ୟାଙ୍କ ଏହି ସପ୍ତାହରେ କିଛି ଘଣ୍ଟା ପାଇଁ ନିଜର UPI ସେବା ବନ୍ଦ ରଖିବ ବୋଲି ଘୋଷଣା କରିଛି।

ଏହି ସମୟରେ, ଉପଭୋକ୍ତାମାନେ UPI ମାଧ୍ୟମରେ କୌଣସି ଟ୍ରାଞ୍ଜାକ୍ସନ କରି ପାରିବେ ନାହିଁ। ଏହା ବ୍ୟତୀତ ଏହା Merchant UPI ଟ୍ରାଞ୍ଜାକ୍ସନ ଉପରେ ମଧ୍ୟ ପ୍ରଭାବ ପକାଇବ। ଏହା କେବଳ କିଛି ଘଣ୍ଟା ପାଇଁ ବନ୍ଦ ରହିବ।

ବନ୍ଦ ରହିବ HDFC ବ୍ୟାଙ୍କ ସେବା: ଫେବୃଆରୀ 8 ରେ UPI ସେବା 3 ଘଣ୍ଟା ବନ୍ଦ ରହିବ ବୋଲି HDFC ବ୍ୟାଙ୍କ ନିଜ ୱେବସାଇଟରେ ସୂଚନା ଦେଇଛି।

ଫେବୃଆରୀ 8 ରେ ରାତି 12ଟା ରୁ 3 ଟା ପର୍ଯ୍ୟନ୍ତ, HDFC ବ୍ୟାଙ୍କର କରେଣ୍ଟ ଏବଂ ସେଭିଙ୍ଗସ ଆକାଉଣ୍ଟ, ରୁପେ କ୍ରେଡିଟ୍ କାର୍ଡ, HDFC ମୋବାଇଲ୍ ବ୍ୟାଙ୍କିଙ୍ଗ୍ ଆପ୍ ଏବଂ UPI ପାଇଁ HDFC ବ୍ୟାଙ୍କ ଦ୍ୱାରା ସପୋର୍ଟେଡ ଥାର୍ଡ଼ ପାର୍ଟି ଆପ୍ ଉପରେ UPI ଟ୍ରାଞ୍ଜାକ୍ସନ ବନ୍ଦ ରହିବ।

ଏହା ବ୍ୟତୀତ, HDFC ବ୍ୟାଙ୍କ ମାଧ୍ୟମରେ Merchant UPI ଟ୍ରାଞ୍ଜାକ୍ସନ ସମ୍ଭବ ମଧ୍ୟ ବନ୍ଦ ରହିବ।

କାରଣ: ଉପଭୋକ୍ତାମାନଙ୍କୁ HDFC ବ୍ୟାଙ୍କ ସମ୍ମୁଖୀନ ହେଉଥିବା ଅସୁବିଧାର କାରଣ ମଧ୍ୟ କହିଛି। ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ବ୍ୟାଙ୍କିଙ୍ଗ ଏକ୍ସପେରିଏନ୍ସକୁ ଉତ୍ତମ କରିବା ଲାଗି ସିଷ୍ଟମ ମେଣ୍ଟେନାନ୍ସ କରାଯାଉଛି।

ଏଥିପାଇଁ କିଛୋ ଘଣ୍ଟା ପାଇଁ ୟୁଜର୍ସକୁ ଏହି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ। ତେବେ ଅସୁବିଧାରୁ ବର୍ତ୍ତିବା ଲାଗି ଗ୍ରାହକମାନେ ନିଜର ଜରୁରୀ କାର୍ଯ୍ୟକୁ ସମାପ୍ତ କରିଦିଅନ୍ତୁ। ଅଥବା ଏଟିଏମରୁ କ୍ୟାଶ ୱିଦଡ୍ର କରିପାରିବେ।