fbpx

୨ୟ ଥର ଟିକେଟ୍ ପାଇ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ଏହି ଭୋଜପୁରୀ ଅଭିନେତା, ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ ରବି କିଶନ

ପାଟନା: ଭୋଜପୁରୀର ଲୋକପ୍ରିୟ ଅଭିନେତା ରବି କିଶନ ବଲିଉଡରେ ମଧ୍ୟ ନିଜ ଜଲୱା ଦେଖାଇସାରିଛନ୍ତି । ତାଙ୍କ ଅଭିନୟର ଜାଦୁ ଦର୍ଶକଙ୍କ ହୃଦୟକୁ ଛୁଇଁ ପାରିଛି । ଅଭିନୟ ସହ ରବି କିଶନ ରାଜନୀତିରେ ମଧ୍ୟ ବେଶ୍ ସକ୍ରିୟ ଅଛନ୍ତି । ବର୍ତ୍ତମାନ ସେ ପୁଣି ଥରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି । ବିଜେପି ତାଙ୍କୁ ଗୋରଖପୁର ଲୋକସଭା ଆସନରୁ ପ୍ରାର୍ଥୀ କରିଛି । ଶୁକ୍ରବାର ରବି କିଶନ ନାମାଙ୍କନ ପତ୍ର ଦାଖଲ କରିବା ସହ ନିଜ ମୋଟ୍ ସମ୍ପତ୍ତିର ହିସାବ ଏକ ଆଫିଡେଭିଟ୍ ମାଧ୍ୟମରେ ଦେଇଥିଲେ ।

ଲୋକସଭା ନିର୍ବାଚନକୁ ନେଇ ସକ୍ରିୟ ରହିଛି ବିହାର ରାଜନୀତି । ଗୋରଖପୁର ଲୋକସଭା ଆସନରୁ ଦ୍ୱିତୀୟ ଥର ପାଇଁ ବିଜେପି ଟିକେଟ୍ ପାଇ ବେଶ ଖୁସି ଅଛନ୍ତି ରବି କିଶନ । ରବିଙ୍କ ମୋଟ୍ ସମ୍ପତ୍ତିର ଆଫିଡେଭିଟ୍ ଅନୁଯାୟୀ ତାଙ୍କ ପାଖରେ ଅନେକ ବିଳାସପୂର୍ଣ୍ଣ କାରର କଲେକ୍ସନ୍ ରହିଛି । ଟୋୟୋଟା ଇନୋଭା, ମର୍ସିଡିଜ୍ ବେଞ୍ଜ୍, BMW X5, ଜାଗୁଆର ଫେପସ୍, ଫର୍ଚ୍ୟୁନର, ଷ୍ଟ୍ରିଟ୍ ବବ୍(ମୋଟରବାଇକ୍) ଏହି କଲେକ୍ସନରେ ସାମିଲ ଅଛି । ଏହା ବ୍ୟତୀତ ସେ ଅନେକ ଘର ଏବଂ ବଙ୍ଗଳାର ମାଲିକ । ଗୋରଖପୁର ଠାରୁ ଆରମ୍ଭ କରି ମୁମ୍ବାଇ ପର୍ଯ୍ୟନ୍ତ ତାଙ୍କ ପାଖରେ ଅନେକ ଆପାର୍ଟମେଣ୍ଟ ଏବଂ ଘର ରହିଛି । ତାଙ୍କ ପାଖରେ ସୁନା, ସଞ୍ଚୟ ସ୍କିମ୍, ମ୍ୟୁଚୁଆଲ ଫଣ୍ଡ୍ ଏବଂ ସଞ୍ଚୟ ଖାତାକୁ ମିଶାଇ ମୋଟ୍ ୧୪ କୋଟି ୯୬ ଲକ୍ଷ ୯୨ ହଜାର ଟଙ୍କାର ସମ୍ପତ୍ତି ରହିଛି । ଏହା ବାଦ୍ ତାଙ୍କ ପତ୍ନୀଙ୍କ ପାଖରେ ଇଜୁସୁ ମୋଟର ଭଳି କାର ଏବଂ ନିବେଶକୁ ମିଶାଇ ମୋଟ୍ ୮୧ ଲକ୍ଷ ୯୨ ହଜାର ଟଙ୍କାର ସମ୍ପତ୍ତି ରହିଛି ।

Get real time updates directly on you device, subscribe now.