fbpx

ଗ୍ରାହକଙ୍କ ପାଇଁ ଏହି କାଫେର ଅଜବ ନିୟମ; ଶାଳିନତାର ସହ କଥା ହୁଅନ୍ତୁ ନଚେତ…

ନୂଆଦିଲ୍ଲୀ: ଲୋକଙ୍କ ପ୍ରତି ସ୍ନେହ , ଶ୍ରଦ୍ଧା, ଭଲପାଇବା ରଖିବା ଏକ ପ୍ରଶଂସାର ବିଷୟ । କିନ୍ତୁ ଆଜିକାଲିର ଏହି ଆଧୁନିକ ସଭ୍ୟତାରେ ଏହି ସବୁ ଜିନିଷ ଟିକିଏ କମ୍ ମାତ୍ରାରେ ଦେଖିବାକୁ ମିଳୁଛି । ତେବେ ଲୋକଙ୍କ ପ୍ରତି ଭଲ ବ୍ୟବହାର କରିବା ସହ ଶାଳିନତାର ସହ କଥା ହେବା, ସମ୍ମାନ ଦେବା ଆଦି କଥାକୁ ବ୍ରିଟେନର ଏକ କାଫେ ଅଧିକ ପ୍ରାଧାନ୍ୟ ଦେଇଛି । ଏହି କାଫେ ସେଠାକୁ ଆସୁଥିବା ଗ୍ରାହକଙ୍କ ପାଇଁ ଏକ ଅଜବ ନିୟମ କରିଛି । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ତେବେ ଏହି କାଫେ ଗ୍ରାହକଙ୍କ ପାଇଁ କଣ ନିୟମ କରିଛି ଆସନ୍ତୁ ଜାଣିବା ।

ଗ୍ରାହକଙ୍କ ପାଇଁ ଏହି ନିୟମ:
ପ୍ରେଷ୍ଟନ୍ ସହରର ଚା ଷ୍ଟପ୍ ନାମକ ଏକ କାଫେ ସେଠାକୁ ଯାଉଥିବା ଗ୍ରାହକଙ୍କ ପାଇଁ ଏକ ନିୟମ କରିଛି । ଏହି ନିୟମରେ ସେ କହିଛନ୍ତି ଯେ, ଯଦି ଜଣେ ଗ୍ରାହକ ସେଠାରେ ଥିବା କର୍ମଚାରୀ କିମ୍ବା ଲୋକଙ୍କ ସହ ଭଦ୍ର ବ୍ୟବହାର ନ କରନ୍ତି, ତା’ହେଲେ ତାଙ୍କୁ ଦୁଇଗୁଣ ଚାର୍ଜ କରାଯିବ । ସେହିପରି ଯଦି କେହି ବ୍ୟକ୍ତି ଲୋକଙ୍କ ସହ ଭଲ ବ୍ୟବହାର ଏବଂ ଶାଳିନତା ସହ କଥା ହୁଅନ୍ତି ତେବେ ସେହି ବ୍ୟକ୍ତିଙ୍କ ନିକଟରୁ କମ୍ ଟଙ୍କା ନିଆଯିବ । ସେହି କାଫେର ଏପରି ଏକ ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସେଠାରେ କାମ କରୁଥିବା କର୍ମଚାରୀମାନଙ୍କୁ ସମ୍ମାନ ଦେବା ଏବଂ ସେମାନଙ୍କୁ ଉତ୍ସାହିତ କରିବା ।

ମଞ୍ଚେଷ୍ଟର ସନ୍ଧ୍ୟା ନ୍ୟୁଜରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ,୨୯ ବର୍ଷିୟ ଉସମାନ ହୁସେନ୍ ଚଳିତ ବର୍ଷ ମାର୍ଚ୍ଚରେ ଏକ ଚା, ଡୋନାଟ୍, ଷ୍ଟ୍ରିଟ୍ ଫୁଡ୍ ଏବଂ ମିଠା ରେଷ୍ଟୁରାଣ୍ଟ ଆରମ୍ଭ କରିଥିଲେ। ଏହାପରେ ସେ ଏକ ନୋଟିସ ପୋଷ୍ଟ କରିଥିଲେ, ଯେଉଁଥିରେ ଲେଖାଥିଲା ସମାନ ଖାଦ୍ୟପେୟ ପାଇଁ ଗ୍ରାହାକଙ୍କ ନିକଟରୁ ବିଭିନ୍ନ ଶୁଳ୍କ ଆଦାୟ କରାଯିବ । ଯାହାକି ସମ୍ପୂର୍ଣ୍ଣ ରୂପେ ଗ୍ରାହକଙ୍କ ବ୍ୟବହାର ଉପରେ ନିର୍ଭର କରିବ । ଯିଏ ଯେତେ ସମ୍ମାନର ସହ ଅର୍ଡର କରିବ ସେ ସେତେ କମ୍ ଶୁକ୍ଳ ଦେବ । ତେବେ ଏହି ପୋଷ୍ଟରେ ଚାହା ଅର୍ଡର କରିବାର ଆଚରଣ ସହ ଚାର୍ଜ ମଧ୍ୟ ଲେଖା ହୋଇଛି ।

ତେବେ “Desi chai” ପାଇଁ £5 ଟଙ୍କା ଥିବାବେଳେ “Desi chai Please” £3 ଟଙ୍କା ଏବଂ “Hello, Desi Chai Please” ପାଇଁ ଗ୍ରାହକଙ୍କୁ £1.90 ଟଙ୍କା ଦେବାକୁ ପଡିଥାଏ ।
କାଫେର ଏହି ନିୟମକୁ ଅନେକ ଲୋକେ ପ୍ରଶଂସା କରୁଥିବାବେଳେ ଏହା ବ୍ୟକ୍ତିର ବ୍ୟବହାରକୁ ମଧ୍ୟ ପରିବର୍ତ୍ତନ କରିଥାଏ । ଏଥିସହିତ କାଫେରେ କାମ କରୁଥିବା କର୍ମଚାରୀ ଏବଂ ସେଠାରେ ଥିବା ଲୋକଙ୍କ ମନରେ ଏହା ଏକ ସକରାତ୍ମକ ଭାବନା ସୃଷ୍ଟି କରିଥାଏ ।

 

Get real time updates directly on you device, subscribe now.