ଓଡ଼ିଶା ଭାସ୍କର: ଦିନକୁ ଦିନ ବଢ଼ୁଛି ଅନଲାଇନ୍ ଠକେଇ । ଏହା ଉଭୟ ସାଧାରଣ ଜନତା ଏବଂ ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ସ୍କାମର୍ସ ବିଶେଷ କରି ବୟସ୍କଙ୍କୁ ଟାର୍ଗେଟ କରୁଥିବାର ନଜିର ରହିଛି । ଅନଲାଇନ୍ ଫ୍ରଡରୁ ରକ୍ଷା ପାଇବା ସହ ସ୍କାମର୍ସଙ୍କୁ ଉଚିତ ଶିକ୍ଷା ଦେବାକୁ ବ୍ରିଟେନର ଟେଲିକମ୍ କମ୍ପାନୀ ଏକ ଅଭିନବ ପନ୍ଥା ଆପଣାଇଛନ୍ତି । ଏହା ଦ୍ୱାରା ସ୍କାମର ଶିକାର ହେଉଥିବା ୟୁଜର୍ସଙ୍କୁ ଅନେକାଂଶରେ ଫାଇଦା ହୋଇଥାଏ ।
ବାସ୍ତବରେ ବ୍ରିଟେନର ଟେଲିକମ୍ କମ୍ପାନୀ ଅନଲାଇନ୍ ସ୍କାମର୍ସଙ୍କ ଶିକାର ହେଉଥିବା ୟୁଜର୍ସଙ୍କ ପାଇଁ ‘AI Granny’ ବା ‘AI ଦାଦି ଡେଜି’ ଲଞ୍ଚ୍ କରିଛି । ଏହା ଠକଙ୍କ ସହ ଦୀର୍ଘ ସମୟ ପର୍ଯ୍ୟନ୍ତ କଥାବାର୍ତ୍ତା ଆଳରେ ସେମାନଙ୍କୁ ବ୍ୟସ୍ତ ରଖିଥାଏ । ଫଳରେ ୟୁଜର୍ସ ଠକାମୀ ଠାରୁ ରକ୍ଷା ପାଇଥାନ୍ତି । କମ୍ପାନୀ ଅନୁଯାୟୀ ‘AIଡେଜି’ ପ୍ରାୟ ୪୦ ମିନିଟ ପର୍ଯ୍ୟନ୍ତ ସ୍କାମର୍ସଙ୍କୁ ବ୍ୟସ୍ତ ରଖିପାରିବ । ଏଥିରେ ‘AI ଡେଜି ’ କାଳ୍ପନିକ ଜିନିଷ କିମ୍ବା ନକଲି ପାରିବାରିକ ସିରିଏଲ ବିଷୟରେ କଥାବାର୍ତ୍ତା କରିଥାଏ । କମ୍ପାନୀ ଏହା ଦାବି କରିଛି କି ଏହା ଏପରି ଏକ ଚାଟବକ୍ସ ଯାହା ଅବିକଳ ମଣିଷ ଭଳି କଥାବାର୍ତ୍ତା କରିବା ପାଇଁ ଡିଜାଇନ୍ କରାଯାଇଛି । ‘AI ଡେଜି’ ସାମ୍ନା ବ୍ୟକ୍ତିର କଥା ଧ୍ୟନର ସହ ଶୁଣିଥାଏ ଏବଂ ରିୟଲ ଟାଇମରେ ଉତ୍ତର ଦେଇଥାଏ । ସବୁଠାରୁ ବଡ଼ କଥା ହେଉଛି ଏହା ସ୍କାମର୍ସଙ୍କ ବିଶ୍ୱାସ ଜିତିପାରେ ।