fbpx
BSKY SKY
BSKY SKY

୧୨ ଘଣ୍ଟା ପାଇଁ ବନ୍ଦ ରହିବ ଓଡ଼ିଶାର ଏହି ସହର

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏସପିଙ୍କ ବଦଳି ଦାବିରେ ବାଲେଶ୍ୱର ସହରରେ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିବା ସୂଚନା ମିଳିଛି । ବାର୍ ଆସୋସିଏସନ୍, ସିଭିଲ ସୋସାଇଟି, ବିଭିନ୍ନ ସଙ୍ଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି, ଯାହାଫଳରେ ଆଜି ୧୨ ଘଣ୍ଟା ପାଇଁ ବାଲେଶ୍ୱର ସହର ବନ୍ଦ ରହିବ । ଏହାର ପ୍ରଭାବରେ ଆଜି ସକାଳୁ ସହରର ଦୋକାନ ବଜାର ବନ୍ଦ ରହିଛି । ଗାଡ଼ି ଚଳାଚଳ ମଧ୍ୟ ଠପ୍ ହୋଇଥିବା ଦେଖିବାକୁ ମିଳୁଛି ।

ତେବେ ବାଲେଶ୍ବରରେ ଲଗାତାର ହତ୍ୟା, ଛିନତାଇ, ଚୋରି, ରାହାଜାନି ଓ ବହୁଳ ନିଶା କାରବାର ଫଳରେ ଶାନ୍ତିପ୍ରିୟ ଜିଲ୍ଲାବାସୀଙ୍କ ଧନ, ଜୀବନ ଓ ସମ୍ମାନ ରକ୍ଷା କରିବାରେ ପୋଲିସର ବିଫଳତାକୁ ବକ୍ତାମାନେଚରମ ଦାୟୀ କରି ଜିଲ୍ଲାବ୍ୟାପୀ ଏହି ଆନ୍ଦୋଳନକୁ ସଫଳ କରିବା ପାଇଁ ସେମାନଙ୍କ ସଙ୍ଗଠନର ପୂର୍ଣ୍ଣ ସମର୍ଥନ ଜଣାଇଥିଲେ। ଜିଲ୍ଲାବାସୀ ଏହି ବନ୍ଦକୁ ସଫଳ କରିବା ପାଇଁ ସହଯୋଗ କରିବାକୁ ନିବେଦନ କରାଯାଇଛି।

ବାର ଆସୋସିଏସନ ସଭାପତି ମନୋଜ ନାୟକ କହିଛନ୍ତି, ‘‘ବାଲେଶ୍ୱର ଏବେ ଅପରାଧୀ ମାନଙ୍କର ଭୂସ୍ବର୍ଗ ପାଲଟି ଯାଇଛି। ପୋଲିସ ବିଭାଗର ଅପାରଗତା ପାଇଁ ଦିନକୁ ଦିନ କ୍ରାଇମ ବଢ଼ିବାରେ ଲାଗିଛି। ଘରୁ ବାହାରିବାକୁ ଲୋକେ ଭୟ କରୁଛନ୍ତି। ଏଥି ପାଇଁ ସବୁ ବର୍ଗର ଲୋକେ ଏକତ୍ରିତ ହୋଇ ସାର୍ବଜନୀନ ନିଷ୍ପତ୍ତି କ୍ରମେ ଆସନ୍ତା ୧୬ ତାରିଖରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏଥିରେ କେବଳ ଆମେ ନୁଁହେ ସାଧାରଣ ଲୋକ ମଧ୍ୟ ଭାଗ ନେବେ।”

Get real time updates directly on you device, subscribe now.