fbpx
BSKY
BJD MC SKY
BJD MS SKY

(video)ଲୋକଙ୍କୁ ଦିୱାନା କରୁଛି ଏହି ଏକ୍ସପ୍ରେସନ: ପ୍ରଥମ ଥର ଆଚାର ଖାଇ ଏମିତି କଲା କୁନି ବାଳକ

ନୂଆଦିଲ୍ଲୀ: ଇଣ୍ଟରନେଟରେ ଅନେକ ଛୋଟ ଛୋଟ ଛୁଆଙ୍କ ଭିଡିଓ ଭାଇରାଲ ହେଉଛି । ଛୋଟ ଛୋଟ ଛୁଆଙ୍କ ନଟଖଟ ଅନ୍ଦାଜ ସମସ୍ତଙ୍କୁ କରୁଛି ଏଣ୍ଟରଟେନ । ଛୁଆମାନଙ୍କ ଭିଡିଓର ଫ୍ୟାନ ଫଲୋଇଙ୍ଗ କିଛି ନିଆରା ଥାଏ । ନିଆରା ଢଙ୍ଗରେ ସେମାନଙ୍କ ମସ୍ତି ସମସ୍ତଙ୍କ ମନରେ ଖୁସି ଭରିଦିଏ ଆଉ ଓଠରେ ଆଣିଦିଏ ହସ । ଏଇ ଯେମିତି ଏହି ଭିଡିଓଟି । ଏହି ଭିଡିଓରେ ପିଲାଟିର କ୍ୟୁଟ ଏକ୍ସପ୍ରେସନ ସମସ୍ତଙ୍କ ମନ କିଣି ନେଇଛି ।

ଡାଇନିଙ୍ଗ ଟେବୁଲରେ ବସି ଗୋଟିଏ କୁନିପିଲା ଖାଉଥିବାର ଏହି ଭିଡିଓରେ ଦେଖିବାକୁ ମିଳୁଛି । ତେବେ ପ୍ରଥମ ଥର ପାଇଁ ପିଲାଟିକୁ ଆଚାର ଖୁଆଇ ଦିଆଯାଇଛି । ଆଉ ତା’ ପରେ ଯାହା ଘଟିଛି, ତାକୁ ଦେଖି ଅନେକ ଲୋକଙ୍କର ସେମାନଙ୍କ ପିଲାମାନଙ୍କ ପିଲାଳିଆମି ମନେ ପଡିଯାଇଛି । ଆପଣ ମଧ୍ୟ ଥରେ ଏହି ଭିଡିଓକୁ ଦେଖି ନିଅନ୍ତୁ ।

ପିଲାଟିକୁ ଆଚାର ଖୁଆଇ ଦେବା ପରେ ସେ ବିଭିନ୍ନ ପ୍ରକାରର ଏକ୍ସପ୍ରେସନ ଦେବା ଆରମ୍ଭ କରିଛି । ଆଚାରର ଖଟା ଅଂଶ ଚାଖିବା ପରେ ପିଲାଟି ଆଖିକୁ ଜୋରରେ ବନ୍ଦ କରି ଦେଇଛି ଆଉ ଏମିତି ଏକ୍ସପ୍ରେସନ ଦେଇଛି । ଏହାକୁ ଦେଖି ପାଖରେ ତିବା ସମସ୍ତ ପରିବାର ଲୋକ ଖୁବ ମଜା ନେଇଛନ୍ତି ।

ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହେବା ପରେ ଟ୍ରେଣ୍ଡରେ ରହିଛି । ହଜାର ହଜାର ଲୋକ ଏହାକୁ ଦେଖି ପସନ୍ଦ କରିବା ସହ ଖୁବ ମଜାଳିଆ କମେଣ୍ଟ ମଧ୍ୟ କରିଛନ୍ତି । ଚାହୁଁ ଚାହୁଁ ସୋସିଆଲ ମିହିଆରେ ଏହା ନିଆଁ ଭଳି ବ୍ୟାପିଯାଇଛି । ପିଲାଟିର ଏମିତି ଏକ୍ସପ୍ରେସନ ଆଉ କ୍ୟୁଟନେସ ସମସ୍ତଙ୍କୁ ମତୁଆଲା କରି ଦେଇଛି ।

Get real time updates directly on you device, subscribe now.