fbpx

ଏହି ଦିନ ପଡୁଛି ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ:ଜାଣନ୍ତୁ କେଉଁ ପର୍ବ ଉପରେ ପଡୁଛି ଏହାର ପ୍ରଭାବ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହ ନକ୍ଷେତ୍ରଙ୍କ ପରିକ୍ରମା ଓ ଗତିପଥ ପରିବର୍ତ୍ତନକୁ ନେଇ ଚନ୍ଦ୍ର ଗ୍ରହଣ ସୂର୍ଯ୍ୟ ପରାଗ ଆଦି ହୋଇଥାଏ । ଅକ୍ଟୋବର ୨୫ ତାରିଖରେ ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ ପଡୁଛି । ଯାହା ଦୀପାବଳି ଅମାବାସ୍ୟାର ପରଦିନ ପଡୁଛି। ତେବେ ଭାରତୀୟ ସମୟ ଅନୁସାରେ ଏହି ସୂର୍ଯ୍ୟ ପରାଗ ଅକ୍ଟୋବର ୨୫ ତାରିଖ ସନ୍ଧ୍ୟା ୪ଟା ବାଜି ୨୯ ମିନଟ୍ ରୁ ଆରମ୍ଭ ହୋଇ ସନ୍ଧ୍ୟା ୫.୨୪ ମିନିଟ୍ ପର୍ଯ୍ୟନ୍ତ ରହିବ । ବର୍ତ୍ତମାନ ଆସନ୍ତୁ ଜାଣିବା ଦୀପାବଳି ପର୍ବ ଉପରେ ଏହି ସୂର୍ଯ୍ୟ ପରାଗ ପ୍ରଭାବ ପଡୁଛୁ କି ନାହିଁ ।

ଏହି ଦିନ ପାଳନ ହେବ ଦୀପାବଳି: ପାଞ୍ଜି ଅନୁଯାୟୀ ଦୀପାବଳି କାର୍ତ୍ତିକ ମାସର ଅମାବାସ୍ୟା ତିଥି ଅର୍ଥାତ ୨୪ ଅକ୍ଟୋବର ସନ୍ଧ୍ୟା ୫.୨୯ ମିନିଟ୍ ରୁ ଆରମ୍ଭ ହୋଇ ତା ପରଦିନ ଅର୍ଥାତ ୨୫ ଅକ୍ଟୋବର ସନ୍ଧ୍ୟା ୪ ଟା ୨୦ ମିନିଟ୍ ପର୍ଯ୍ୟନ୍ତ ରହୁଛି । ତେବେ ଚଳିତ ବର୍ଷ ଦୀପାବଳି ୨୪ ଅକ୍ଟୋବରକୁ ପାଳିତ ହେଉଛି । ତେବେ ଏହି ସୂର୍ଯ୍ୟ ପରାଗ ଭାରତରେ ଦୃଶ୍ୟମାନ ଦେବ ନାହିଁ । ଏଥି ସହିତ ଏହା ଦୀପାବଳି ଉପରେ ମଧ୍ୟ ପ୍ରଭାବ ପକାଇବ ନାହିଁ ।

ପର୍ବ ଉପରେ ପଡିବ ନାହିଁ ସୂର୍ଯ୍ୟ ପରାଗର ପ୍ରଭାବ:ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ ୨୫ ଅକ୍ଟୋବରରେ ପଡୁଥିବା ବେଳେ ଏହା ଦୀପାବଳି ଉପରେ କୌଣସି ପକାଇବ ନାହିଁ । କାରଣ ଏହି ବର୍ଷ ୨୪ ଅକ୍ଟୋବରକୁ ଦୀପାବଳି ପର୍ବ ପଡୁଛି । ଏଥିସହିତ ଭାରତରେ ଏହି ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବ ନାହିଁ। ତେଣୁ ଦୀପାବଳି ଉପରେ  ଏହାର ପ୍ରଭାବ ପଡିବ ନାହିଁ ।

Get real time updates directly on you device, subscribe now.