ବିବାହର ୩ ମାସରେ ହିଁ ନିଜ ସ୍ୱାମୀଙ୍କୁ ନେଇ ବୋର ହୋଇଯାଇଥିଲେ ବଲିଉଡର ଏହି ପ୍ରସିଦ୍ଧ ଅଭିନେତ୍ରୀ….

ଓଡିଶା ଭାସ୍କର: ବଲିଉଡର ସେ ଏଭରଗ୍ରୀନ ହିରୋହିନ । ବର୍ତ୍ତମାନ ବି ସେ ନିଜର ସୁନ୍ଦରତାରେ ବଲିଉଡର ବହୁ ଯୁବ ଅଭିନେତ୍ରୀଙ୍କୁ ମାତ ଦେଇ ଥାଆନ୍ତି ।କିନ୍ତୁ, ଏହି ଅଭିନେତ୍ରୀଙ୍କ ବ୍ୟକ୍ତିଗତ ଜୀବନ ବେଶ୍ ବିବାଦୀୟ ଅଟେ । ତାଙ୍କର ଅନେକ କୋଷ୍ଟାରଙ୍କ ସହ ଲବ ରୋମାନ୍ସ ରହିଛି । ଏହି ସୁନ୍ଦରୀ ଅଭିନେତ୍ରୀ ବିବାହ ବି କଲେ, ମାତ୍ର ତାହା ବି ୩ ମାସ ହିଁ ତିଷ୍ଠି ରହିଲା । ବିବାହ ପରେ ନିଜ ପତିଦେବଙ୍କୁ ନେଇ ସେ ଖୁସି ନ ଥିଲେ । ଫଳରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ସଂପର୍କ ତିଷ୍ଠି ପାରିଲାନି । ତାଙ୍କ ପତି ଏଥିରେ ବ୍ୟସ୍ତବିବ୍ରତ ହୋଇ ଭାଙ୍ଗି ପଡି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ । ସ୍ତ୍ରୀର ଯେଉଁ ପଣତକାନୀ ତାଙ୍କୁ ରୋମାନ୍ସର ଖୋରାକ ଯୋଗାଉଥିଲା, ଦିନେ ସେହି ପଣତକାନୀରେ ହିଁ ଆର ପାରିକୁ ଚାଲିଗଲେ ।

ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ବରଂ ସୁନ୍ଦରୀ ତଥା ହଟ ଆଣ୍ଡ ବୋଲ୍ଡ ଏଭରଗ୍ରୀନ ଅଭିନେତ୍ରୀ ରେଖା । ନିଜର ଅଭିନୟ ପାଇଁ ସେ ତ ଚିର ସ୍ମରଣୀୟ ହୋଇ ରହିବେ ଏଥିରେ କୌଣସି ଅତ୍ୟୁକ୍ତି ନାହିଁ । କିନ୍ତୁ, ତାଙ୍କ ଜୀବନ ବେଶ୍ ନାଟକୀୟ । ୟାସିର ଉସମାନ ନିଜର ବହି ‘ରେଖା ଦି ଅନଟୋଲ୍ଡ ଷ୍ଟୋରୀ’ ରେ ଲେଖିଛନ୍ତି ଯେ, ରେଖାଙ୍କ ବିବାହ କାହିଁକି ଭାଙ୍ଗିଥିଲା ଓ ତାଙ୍କ ପତି ମୁକେଶ କାହିଁକି ଆତ୍ମହତ୍ୟା କରିଥିଲେ ।

ସେହି ସମୟରେ ରେଖା ବିଜନେସ ମ୍ୟାନ ମୁକେଶ ଅଗ୍ରୱାଲଙ୍କୁ ଭଲ ପାଇ ଉଭୟେ ଉଭୟଙ୍କୁ ବିବାହ କରିଥିଲେ । ୪ ମାର୍ଚ୍ଚ ୧୯୯୦ ମସିହାରେ ରେଖାଙ୍କୁ ମୁକେଶ ବିବାହ କରିବା ପାଇଁ ତାଙ୍କ ଘରକୁ ଯାଇ କହନ୍ତି । ବାଧ୍ୟହୋଇ ରେଖା ବି ତାଙ୍କୁ ବିବାହ କରନ୍ତି । ମାତ୍ର ପରବର୍ତ୍ତୀ ସମୟରେ ମୁକେଶଙ୍କ ପାଇଁ ରେଖା ହିଁ ରାକ୍ଷସୀ ସାଜନ୍ତି । ପ୍ରେମରେ ବାୟା ମୁକେଶ ଆତ୍ମହତ୍ୟା ପରି ନିଷ୍ପତ୍ତି ନିଅନ୍ତି । ରେଖାଙ୍କୁ ବିବାହ ପରେ ମୁକେଶ ସିନେମାରେ କାମ ନ କରିବାକୁ କହୁଥିଲେ ଓ ନିଜ ବ୍ୟବସାୟରେ ସାହାଯ୍ୟ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ମାତ୍ର ରେଖାଙ୍କୁ ଏହା ସ୍ୱୀକାର ନ ଥିଲା ।