fbpx

ଡ଼ିସେମ୍ବର 30 ଯାଏ ଏହି ସରକାର ଜାରି କଲେ ଲକଡାଉନ୍

ବିଶ୍ୱରେ କରୋନା ସଂକ୍ରମଣ କମିବାର ନାମ ଧରୁ ନାହିଁ । ଇତିମଧ୍ୟରେ ଏକ ନୂଆ ପ୍ରକାର ର କରୋନା ଭୁତାଣୁ କୁ ନେଇ ବ୍ରିଟେନ ରେ ଆଶଙ୍କା ବଢିଛି । ଲଣ୍ଡନ ଓ ଏହାର ଆଖ ପାଖ ଆଞ୍ଚଳରେ ଏକ ନୂଆ ପ୍ରକାର ଭେଦର କରୋନା ଦ୍ରୁତ ଗତିରେ ବ୍ୟାପୁ ଥିବାରୁ ଏହା ବ୍ରିଟେନ୍ ସରକାରଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଏନେଇ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଡିସେମ୍ବର ୩୦ ତାରିଖ ଯାଏ ରାଷ୍ଟ୍ରୀୟ ଲକଡାଉନ୍ ଜାରି କରିଛନ୍ତି । ଏହା ସହ ଖ୍ରୀଷ୍ଟମାସ ସମୟରେ ଭିଡ, କେଳାହଳ କୁ ଦୃଷ୍ଟିରେ ରଖି ପୂର୍ବରୁ କୋହଳ କରାଯାଇଥିବା ପ୍ରତିବନ୍ଧକକୁ ମଧ୍ୟ ବାତିଲ୍ କରାଯାଇଛି ।

Get real time updates directly on you device, subscribe now.