fbpx

ଦିଲ୍ଲୀ ବିମାନବନ୍ଦରରେ ଯୁବକଙ୍କୁ ଆସିଲା ହାର୍ଟ ଆଟାକ୍: CISF ଯବାନ ଏପରି ବଞ୍ଚାଇଲେ ଜୀବନ, ଦେଖନ୍ତୁ Video

ନୂଆଦିଲ୍ଲୀ : ଜୀବନର କିଛି ଭରସା ନାହିଁ, କେତେବେଳେ ଯେ କ’ଣ ହୋଇଯିବ ତାହା କେହି କହିପାରିବେ ନାହିଁ । ସୋସିଆଲ ମିଡିଆରେ ଅନେକ ଭାଇରାଲ ଭିଡିଓରେ ଏହା ଦେଖିବାକୁ ମିଳିଛି ଯେଉଁଥିରେ ବ୍ୟକ୍ତି ବେଳେବେଳେ ଖାଇବା ସମୟରେ କିମ୍ବା ବିବାହ ସମୟରେ ନାଚିବା ସମୟରେ ହଠାତ୍ ହୃଦଘାତରେ ମୃତ୍ୟୁବରଣ କରନ୍ତି ।

ସେହିପରି ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ହୃଦଘାତ ଆସିଥିବା ଜଣେ ଯୁବକଙ୍କୁ ସିପିଆର ଦେଇ ଜୀବନ ବଞ୍ଚାଇଛନ୍ତି ସିଆଇଏସଏଫ ଯବାନ । ଘଟଣାର ଭଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଭିଡିଓରେ ଦେଖିତବାକେୁ ମିଳୁଛି କି, ଦିଲ୍ଲୀ ବିମାନବନ୍ଦରରେ ଜଣେ ଯୁବକ ଠିଆ ହୋଇଥିବା ସମୟରେ ହଠାତ୍ ତଳେ ପଡ଼ିଯାଇଥିଲେ । କିନ୍ତୁ ସିଆଇଏସଏଫ ଯବାନ ତାଙ୍କୁ ବଞ୍ଚାଇଦେଇଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଯବାନ ଜଣକ ଚେତାଶୂନ୍ୟ ବ୍ୟକ୍ତିଙ୍କ ଛାତି ଦବାଇ ତାଙ୍କୁ ଚେତନା ଆଣିବା ପାଇଁ ହାତ ଓ ଗୋଡ ଘଷୁଥିବାର ଦେଖିବାକୁ ମିଳିଛି ।

Get real time updates directly on you device, subscribe now.