fbpx

କଳିଯୁଗର କୁମ୍ଭକର୍ଣ୍ଣ ! ବର୍ଷକରୁ ଶୋଉଛନ୍ତି ୩୦୦ ଦିନ, ଯିଏ ଦେଖୁଛି ସେ ତାଜୁବ

ନାଗୌର୍: ରାମାୟଣରେ ଆପଣ ମାନେ କୁମ୍ଭକର୍ଣ୍ଣର କାହାଣୀ ବିଷୟରେ ଶୁଣିଥିବେ ନିଶ୍ଚୟ । ହେଲେ ଏହି କଳିଯୁଗର କୁମ୍ଭକର୍ଣ୍ଣ ବିଷୟରେ ଶୁଣିଛନ୍ତି କି ? ପଶ୍ଚିମ ରାଜସ୍ଥାନର ନାଗୌର୍ ଜିଲ୍ଲାରେ ଏକ ଏପରି ବ୍ୟକ୍ତି ରହିଛି ଯିଏ ବର୍ଷରେ ୩୦୦ ଦିନ ଶୁଏ । ସେ ଖାଇବା ଠାରୁ ଆରମ୍ଭ କରି ଗାଧୋଇବା କାମ ସବୁକିଛି ଶୋଇବା ଅବସ୍ଥାରେ ହିଁ ହୋଇଥାଏ । ଶୁଣିବାକୁ ଅଜବ ଲାଗୁଥିଲେ ବି ଏହା ସତ । ହେଲେ ୪୨ ବର୍ଷର ପୂରଖାରାମ ନାମକ ଏହି ବ୍ୟକ୍ତି ଏକ ଅଜବ ରୋଗରେ ପୀଡିତ ଅଛନ୍ତି ।

ଡାକ୍ତରଙ୍କ କହିବାନୁସାରେ, ଏହା ହେଉଛି ଆକ୍ସିସ୍ ହାଇପୋର୍ସୋମ୍ନିଆ ମାମଲା । ଏହା ଏକ ମାନସିକ ରୋଗ । ତେଣୁ ଏଥିରେ ପୀଡିତ ଥିବା ପୁରଖାରାମ୍ ଥରେ ଶୋଇଲେ ୨୫ ଦିନ ପର୍ଯ୍ୟନ୍ତ ଉଠେନାହିଁ । ତେବେ ଏହି ରୋଗର ଆରମ୍ଭ ୨୩ ବର୍ଷ ତଳେ ହୋଇଥିଲା । ନିନ୍ଦ୍ରାରୋଗରେ ପୀଡ଼ିତ ଥିବା ଏହି ପୁରଖାରାମ କୁ ଗାଁରେ କୁମ୍ଭକର୍ଣ୍ଣ ବୋଲି କୁହନ୍ତି ।

ସୂଚନା ମୁତାବକ, ପୁରଖାରାମର ଗୋଟିଏ ଗ୍ରୋସରୀ ଦୋକାନ ରହିଛି । ସେ ଏହାକୁ ଖୁବ୍ କଷ୍ଟରେ ୫ ଦିନ ହିଁ ଖୋଲିପାରେ । ଏ ନେଇ ପରିବାର ପରିଜନ କୁହନ୍ତି ଯେ, ସେ ଥରେ ଶୋଇଲେ ୨୦ ରୁ ୨୫ ଦିନ ପର୍ଯ୍ୟନ୍ତ ଜମାରୁ ବି ଉଠେ ନାହିଁ । ଏହି ରୋଗର ପ୍ରାରମ୍ଭରେ ପୁରଖାରାମ୍ ବେଶୀ ହେଲେ ୫ ରୁ ୭ ଦିନ ଶୋଉଥିଲା । ଆଉ ତାକୁ ଉଠାଇବାକୁ ଅନେକ କସରତ କରିବାକୁ ପଡ଼ୁଥିଲା ।

ତେବେ ପରିବାର ଲୋକେ ତାକୁ ଡାକ୍ତରଙ୍କୁ ଦେଖାଇବାକୁ ନେଇଥିଲେ । ହେଲେ ସେତେବେଳେ ଡାକ୍ତର ଏହି ରୋଗ ସମ୍ପର୍କରେ କିଚଇ ବି କହିପାରିନଥିଲେ । କିନ୍ତୁ ଇତି ମଧ୍ୟରେ ପୁରଖାରାମର ଶୋଇବା ସମୟ ବଢ଼ିଚାଲିଲା । ଏବେ ଅବସ୍ଥା ଏମିତି ଯେ, ଥରେ ଶୋଇଲେ ୨୫ ଦିନ ପର୍ଯ୍ୟନ୍ତ ଉଠିବାର ନା ଧରୁନି । ଚିକିତ୍ସକ ମାନେ ଏହାକୁ ଦୁର୍ଲଭ ରୋଗ ବୋଲି ମତ ଦେଇଛନ୍ତି । ରବିବାର ପୁରଖାରାମ ୧୨ ଦିନ ପରେ ନିଦରୁ ଉଠିଥିଲା । ପରିବାର ଲୋକେ ସେ ନିଦରେ ଥିବା ସମୟରେ ହିଁ ଖାଇବା ଖୁଆନ୍ତି । ଅନେକ ଜାଗାରେ ଚିକିତ୍ସା କରାଇବା ପରେ ଏବେ ସେ ସବୁକିଛି ଭଗବାନଙ୍କ ଉପରେ ଛାଡ଼ିଦେଇଛନ୍ତି । ଏ ଦିଗରେ ଡାକ୍ତର ମାନେ ପରୀକ୍ଷା ନିରୀକ୍ଷା ଚଳାଇଛନ୍ତି ।

Get real time updates directly on you device, subscribe now.