fbpx

ଦାଢ଼ିରେ ୭୧୦ଟି ଘଣ୍ଟିବାନ୍ଧିଲେ ଏହି ବ୍ୟକ୍ତି, ସୃଷ୍ଟି କଲେ ବିଶ୍ୱ ରେକର୍ଡ

ନ୍ୟୁୟର୍କ: ବିଶ୍ୱ ରେକର୍ଡ କରିବା ପ୍ରାୟତଃ ସମସ୍ତଙ୍କ ଇଚ୍ଛା ରହିଥାଏ । ଏଥିାଇଁ ଲୋକେ ଅନେକ ପରିଶ୍ରମ ବି କରିଥାଆନ୍ତି । କଠିନ ପରିଶ୍ରମ ପରେ ଯାଇ ଲୋକଙ୍କୁ ବିଶ୍ୱ ରେକର୍ଡ କରିବାର ସଫଳତା ମିଳିଥାଏ । ପୂର୍ବରୁ ଅନେକ ଲୋକ ବିଭିନ୍ନ କାମ କରି ବିଶ୍ୱ ରେକର୍ଡ କରିଥିବା ଘଟଣା ସାମ୍ନାକୁ ଆସିଥିଲା । ଏହି କ୍ରମରେ ଜଣେ ବ୍ୟକ୍ତି ତାଙ୍କ ଦାଢ଼ିରେ ଶହ ଶହ ଘଣ୍ଟି ବାନ୍ଧି ବିଶ୍ୱ ରେକର୍ଡ କରିଛନ୍ତି । ସେ ତାଙ୍କ ଦାଢ଼ିରେ ୫୦୦ରୁ ଅଧିକ ଘଣ୍ଟି ବାନ୍ଧିଥିବା ଜଣାପଡ଼ିଛି । ଏହି ବ୍ୟକ୍ତି ଜଣକ ଆମେରିକାରେ ବସବାସ କରୁଥିବା ତାଙ୍କର ନାମ ଜୋସ ଷ୍ଟ୍ରାସର୍ ବୋଲି ଜଣାପଡ଼ିଛି ।

ଜୋସଙ୍କ ପିଲାଦିନରୁ ବିଶ୍ୱ ରେକର୍ଡ କରିବା ପ୍ରତି ଦୁର୍ବଳତା ରହିଥିଲା । ସେଥିାଇଁ ସେ ବିଶ୍ୱରେକର୍ଡ କରୁଥିବା ଲୋକଙ୍କୁ ଫଲୋ କରି ଆସୁଥିଲେ । କେମିତି ଜଣେ ବ୍ୟକ୍ତି ବିଶ୍ୱ ରେକର୍ଡ କରୁଛନ୍ତି ତାହାକୁ ସେ ଜାଣିବାକୁ ଚେଷ୍ଟା କରିଥାଆନ୍ତି । ନିକଟରେ ସେ ତାଙ୍କ ଦାଢ଼ିରେ ଗୋଟିଏ ପରେ ଗୋଟିଏ ଏପରି ଭାବେ ୭୧୦ଟି ଖଣ୍ଟି ବାନ୍ଧିଥିଲେ । ଏହି ଅନନ୍ୟ ଭିଡିଓ ଇନଷ୍ଟାଗ୍ରାମ ପ୍ରୋଫାଇଲରେ ଗିନିଜ ୱାଲର୍ଡ ରେକର୍ଡ ଦ୍ୱାରା ସେୟାର କରାଯାଇଛି ।

ଏହି ଘଟଣାକୁ ନେଇ ଜୋସ ନିଜେ କହିଛନ୍ତି, ‘ଏହା ହେଉଛି ସବୁଠାରୁ ଯନ୍ତ୍ରଣାଦାୟକ ଏବଂ ବିବ୍ରତ ରେକର୍ଡ, ଯାହା ମୁଁ ଭାଙ୍ଗିଛି । ଏହା ବହୁତ ମୂଲ୍ୟବାନ । ତେବେ ଏଭଳି ସଫଳତା ପାଇବି ବୋଲି ମୁଁ କେବେ ଆଶା କରି ନଥିଲି । ସଫଳତା ପାଇବା ପରେ ମୁଁ ମୋର ସବୁକଷ୍ଟକୁ ଭୁଲି ଯାଇଛି ।’

Get real time updates directly on you device, subscribe now.