fbpx
BJD SKY
BJD SKY

ବିସ୍କୁଟରେ କେଉଁଥି ପାଇଁ ରହିଥାଏ ଛିଦ୍ର? କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

BJD

ପିଲାଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପ୍ରର୍ଯ୍ୟନ୍ତ ସମସ୍ତେ ବିସ୍ତୁଟ ଖାଇବାକୁ ପସନ୍ଦ କରିଥାନ୍ତି ଏବଂ ଖାଇ ମଧ୍ୟ ଥାନ୍ତି । ବିଭିନ୍ନ ସ୍ୱାଦ ଏବଂ ଗୁଣବତ୍ତା ସହିତ ବଜାରରେ ମଧ୍ୟ ଅନେକ ପ୍ରକାରର ବିସ୍କୁଟ ଉପଲବ୍ଧ ହେଉଛି । ତେବେ ଆପଣମାନେ ସର୍ବଦା ଲକ୍ଷ କରିଥିବେ କିଛି ବିସ୍କୁଟରେ ଗର୍ତ୍ତ ନଥିବାବେଳେ ଅଧିକାଂଶ ବିସ୍କୁଟରେ ଗର୍ତ୍ତ ଥାଏ । ଯାହାକୁ ନେଇ ଅନେକ ସମୟରେ ଲୋକଙ୍କ ମନରେ ପ୍ରଶ୍ନ ଆସିଥାଏ ବିସ୍କୁଟରେ କାହିଁକି ଗର୍ତ୍ତ ରହିଛି । ତେବେ ଆମେ ଆଜି ଆପଣଙ୍କୁ କହିବୁ କାହିଁକି ବିସ୍କୁଟରେ ଏତେ ଗର୍ତ୍ତ ଥାଏ ।

ଅଧିକାଂଶ ଲୋକ ଭାବନ୍ତି ଯେ ବିସ୍କୁଟ ଉପରେ ଥିବା ଏହି ଛିଦ୍ରଗୁଡ଼ିକ କେବଳ ଡିଜାଇନ୍ ପାଇଁ ନିର୍ମିତହୋଇଛି । କିନ୍ତୁ ବାସ୍ତବରେ ଏହା ସତ୍ୟ ନୁହେଁ , ବିସ୍କୁଟରେ ଛିଦ୍ର ହେବାର ମଧ୍ୟ କିଛି କାରଣ ରହିଛି । ପ୍ରକୃତରେ ବିସ୍କୁଟରେ ଏହି ଛିଦ୍ର କରିବା ଏହାର ଉତ୍ପାଦନର ଏକ ଅତ୍ୟାବଶ୍ୟକ ଅଂଶ । ଏହା ପଛରେ ଏକ ପ୍ରକାର ବିଜ୍ଞାନ ମଧ୍ୟ ଲୁଚି ରହିଛି । ତେବେ ବିସ୍କୁଟରେ ତିଆରି ଏହି ଛିଦ୍ରଗୁଡ଼ିକୁ ଡକର୍ସ କୁହାଯାଏ । ଆପଣ ଏହି ଉଦାହରଣରୁ ବିସ୍କୁଟରେ କଣା କାହିଁକି ରହେ ତାହା ସହଜରେ ବୁଝିପାରିବେ । ଯେତେବେଳେ ଏକ ଘର ନିର୍ମାଣ ହୁଏ, ସେତେବେଳେ ଭେଣ୍ଟିଲେସନ୍ ପାଇଁ ଛିଦ୍ର ରଖାଯାଏ । ଯାହା ଦ୍ୱାରାବାୟୁ ଚଳାଚଳ କରିପାରିବ । ବିସ୍କୁଟରେ ଛିଦ୍ର ତିଆରି କରିବାର କାରଣ ମଧ୍ୟ ସମାନ ।

ବାସ୍ତବରେ, ବିସ୍କୁଟରେଛିଦ୍ର ରଖିବାର ବଡ କାରଣ ହେଉଛି ଯେ ବେକିଂ ସମୟରେ ବାୟୁ ସହଜରେ ଏହି ଗର୍ତ୍ତଗୁଡ଼ିକ ଦେଇଯାଇପାରେ । ବିସ୍କୁଟ ତିଆରି କରିବା ପାଇଁ ମଇଦା, ଅଟା, ଲୁଣ, ଚିନି ଭଳି ଉପାଦାନ ବ୍ୟବହାର କରାଯାଏ । ଏହି ସାମଗ୍ରୀକୁ ମିଶାଇ ଏକ ଛାଞ୍ଚରେ ରଖି ମେସିନ୍ ତଳେ ରଖାଯାଏ ଏବଂ ମେସିନ୍ ସେଥିରେ ଛିଦ୍ର ତିଆରି କରେ । ବାସ୍ତବରେ, ଛିଦ୍ର ବିନା ବିସ୍କୁଟ ସଠିକ୍ ଭାବରେ ତିଆରି ହୁଏ ନାହିଁ, କାରଣ ବିସ୍କୁଟ ତିଆରି କରିବା ସମୟରେ କିଛି ବାୟୁ ସେଥିରେ ଭରିଯାଏ । ଯେତେବେଳେ ଓଭନରେ ବିସ୍କୁଟ ତିଆରି ହୁଏ, ସେହି ସମୟରେ ଗରମ ହେତୁ ବିସ୍କୁଟ ଫୁଲିବା ଆରମ୍ଭ କରନ୍ତି । ଏଭଳି ପରିସ୍ଥିତିରେ ବିସ୍କୁଟର ଆକୃତି ନଷ୍ଟ ହେବାର ଆଶଙ୍କା ରହିଥାଏ ଏବଂ ଭାଙ୍ଗିଯିବାର ଭୟ ରହିଥାଏ । ସେଥିପାଇଁ ବିସ୍କୁଟରେ ବାୟୁ ଏବଂ ଉତ୍ତାପକୁ ବାହାର କରିବା ପାଇଁ କଣା ରଖାଯାଏ ।

Get real time updates directly on you device, subscribe now.