fbpx

ବଡ ଖବର; WTC Final-2023 ପାଇଁ ଟିମ୍ ଇଣ୍ଡିଆର ଏହି ଖେଳାଳି ଯିବେ ଲଣ୍ଡନ: ମିଳିଲା ଗୁରୁଦାୟିତ୍ୱ

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ପାଇଁ ଏବେ ଜୋରଦାର ପ୍ରସ୍ତୁତି କରୁଛନ୍ତି ଭାରତ ଏବଂ ଅଷ୍ଟ୍ରେଲିଆ । ଐତିହାସିକ ଓଭାଲ ଗ୍ରାଉଣ୍ଡରେ ଆସନ୍ତା ଜୁନ୍ ୭ ତାରିଖରୁ ଏହି ମ୍ୟାଚ ଆରମ୍ଭ ହେବାକୁ ଥିବା ବେଳେ ଉଭୟ ଦଳର ଅଧିକାଂଶ ଖେଳାଳି ଏଠାରେ ପହଞ୍ଚି ସାରିଛନ୍ତି । କିନ୍ତୁ ଆଇପିଏଲ ଫାଇନାଲ ମ୍ୟାଚ ପାଇଁ ଗୁଜୁରାଟ ଏବଂ ଚେନ୍ନାଇର କିଛି ଖେଳାଳି ଏପର୍ଯ୍ୟନ୍ତ ପହଞ୍ଚି ପାରିନାହାନ୍ତି । ଏହା ଭିତରେ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ପାଇଁ ଏକ ବଡ ଖବର ସାମନାକୁ ଆସିଛି । ଭାରତୀୟ ଦଳର ଆଉ ଜଣେ ମ୍ୟାଚ ୱିନର ଏହି ମ୍ୟାଚ ପାଇଁ ଇଂଲଣ୍ଡ ଗସ୍ତରେ ଯିବ ବୋଲି ଜାଣିବାକୁ ଯାଉଛି ।

ଭାରତୀୟ କ୍ରିକେଟ ଟିମର ଭେଟେରାନ ଖେଳାଳି ଦିନେଶ କାର୍ତ୍ତିକ ବିଶ୍ବ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମ୍ୟାଚ ପାଇଁ ଲଣ୍ଡନକୁ ଯିବେ ବୋଲି ଜାଣିବାକୁ ମିଳିଛି । ତେବେ କାର୍ତ୍ତିକ ଏହି ମ୍ୟାଚରେ ଜଣେ ଖେଳାଳି ଭାବରେ ନୁହେଁ, ବରଂ କମେଣ୍ଟ୍ରି କରିବା ପାଇଁ ଲଣ୍ଡନ ଗସ୍ତରେ ଯାଉଛନ୍ତି । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଏହି ଫାଇନାଲ ମ୍ୟାଚରେ ସେ କମେଣ୍ଟ୍ରି ପ୍ୟାନେଲ ସହ ଯୋଡି ହୋଇଛନ୍ତି । ଏହାପୂର୍ବରୁ ୨୦୨୧ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମ୍ୟାଚରେ ତାଙ୍କୁ କମେଣ୍ଟ୍ରି କରିବାର ଦାୟିତ୍ୱ ମିଳିଥିଲା । ଚଳିତବର୍ଷ ମଧ୍ୟ ସେ ଏହି ଗୁରୁଦାୟିତ୍ୱ ପାଇଛନ୍ତି । ଦିନେଶ କାର୍ତ୍ତିକଙ୍କ ବ୍ୟତୀତ ଏହି ପ୍ୟାନେଲରେ ରିକି ପଣ୍ଟିଂ, ମାଥ୍ୟୁ ହେଡେନ, ଜଷ୍ଟିନ ଲେଙ୍ଗର, ସୁନୀଲ ଗାଭାସ୍କର, ରବି ଶାସ୍ତ୍ରୀ, ନାସିର ହୁସେନ ଏବଂ କୁମାର ସଙ୍ଗକାରା କମେଣ୍ଟ୍ରି ଦାୟିତ୍ୱରେ ରହିଛନ୍ତି ।

Dinesh Karthik makes massive jump in T20I rankings after exploits against  SA | Cricket - Hindustan Times

ଏହାବ୍ୟତୀତ ଆସେଜ୍ ସିରିଜ-୨୦୨୩ରେ ମଧ୍ୟ ଦିନେଶ କାର୍ତ୍ତିକ କମେଣ୍ଟ୍ରି ଦାୟିତ୍ୱରେ ରହିଥିବା ସୂଚନା ମିଳିଛି । ତେବେ ଏହି ସିରିଜରେ କମେଣ୍ଟ୍ରି କରିବାରେ ସେ ଏକମାତ୍ର ଭାରତୀୟ ଖେଳାଳି ପାଲଟିଛନ୍ତି । ସୂଚନା ଥାଉ କି, ଦିନେଶ କାର୍ତ୍ତିକ ୨୦୨୧ ଭାରତ-ନ୍ୟୁଜିଲାଣ୍ଡ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚରେ ମଧ୍ୟ କମେଣ୍ଟ୍ରି ପ୍ୟାନେଲର ସଦସ୍ୟ ରହିଥିଲେ । ସାଉଥାମ୍ପଟନରେ ଖେଳାଯାଇଥିବା ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଭାରତକୁ ପରାସ୍ତ କରି ଚମ୍ପିଆନ ହୋଇଥିଲା । ତେବେ ଚଳିତବର୍ଷ ଭାରତ ସାମନାରେ ରହିଛି ଅଷ୍ଟ୍ରେଲିଆ ଦଳ ।

WTC Final ପାଇଁ ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟା ରାହାଣେ, କେ.ଏସ ଭରତ, ଇଶାନ କିଶାନ, ରବିଚନ୍ଦ୍ରନ ଅଶ୍ୱୀନ, ରବିନ୍ଦ୍ର ଜାଡେଜା, ଅକ୍ସର ପଟେଲ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ଶାମୀ, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନାଦକଟ

Get real time updates directly on you device, subscribe now.