fbpx

ଖୁସିଖବର: ୫ ଦିନରେ ଶରୀରରୁ କରୋନା ସଂକ୍ରମଣକୁ ସମାପ୍ତ କରିଦେବ ‘ମୋଲନୁପିରାଭିର’ ଔଷଧ !

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ କରୋନା ଭାଇରସର ଔଷଧ ମୋଲନୁପିରାଭିରକୁ ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇକୁ ଅନୁମତି ମାଗିଛି Hetero କମ୍ପାନୀ । ଏହା ସାମାନ୍ୟ ରୋଗୀଙ୍କୁ ମଧ୍ୟ ଦିଆଯାଇପାରିବ । Hetero କମ୍ପାନୀ କ୍ଲିନିକାଲ ଟ୍ରାଏଲ ଆଧାରରେ ଦାବି କରିଛି ଯେ, କରୋନା ରୋଗୀଙ୍କ ଶରୀରରୁ ସଂକ୍ରମଣକୁ ଏହି ଔଷଧ କେବଳ ୫ ଦିନରେ ସମାପ୍ତ କରିଦେବ ।

ତୃତୀୟ ଚରଣରେ ୧୨୧୮ ରୋଗୀଙ୍କ ଉପରେ ଟ୍ରାଏଲ ପରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମଗାଯାଇଛି । ଏହି ଔଷଧକୁ merck ତଥା Ridgeback Biotherapeutics LP ପ୍ରସ୍ତୁତି କରିଛି । ଯେଉଁ ରୋଗୀମାନେ ମେଡିକାଲରେ ଭର୍ତ୍ତି ନହୋଇ ଘରେ ଚିକିତ୍ସିତ ହେଉଛନ୍ତି, ସେହି ରୋଗୀଙ୍କୁ ଏହି ଔଷଧ ଦିଆଯିବ ।

ତେବେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୯୧୧ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫ ହଜାର ୯୩୯କୁ ବୃଦ୍ଧି ପାଇଛି । ଦିନକରେ ୩୪ ହଜାର ୩୯୩ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୭ ଲକ୍ଷ ୫୨ ହଜାର ୯୫୦କୁ ବୃଦ୍ଧି ପାଇଛି । ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୫୮ ହଜାର ୭୨୭ ଜଣ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୨ କୋଟି ୯୮ ଲକ୍ଷ ୮୮ ହଜାର ୨୮୪କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ୩୬ କୋଟି ୮୯ ଲକ୍ଷ ୯୧ ହଜାର ୨୨୨ ଜଣଙ୍କୁ ଟିକା ପ୍ରଦାନ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.