ଶିକ୍ଷକଙ୍କୁ ଝଟକା ଦେବ ଏ ଖବର, TET ପାସ୍ ବାଧ୍ୟତାମୂଳକ ପ୍ରସଙ୍ଗରେ ରାଜ୍ୟ ସରକାର କହିଲେ…

ଅନ୍ୟ ରାଜ୍ୟ କଣ କରୁଛନ୍ତି ତାହାକୁ ତର୍ଜମା କରୁଛନ୍ତି ସରକାର । 

ଓଡ଼ିଶା ଭାସ୍କର: ଶିକ୍ଷକଙ୍କ ପାଇଁ ଶିକ୍ଷକ ଯୋଗ୍ୟତା ପରୀକ୍ଷା-TET ପାସ୍ ବାଧ୍ୟତାମୂଳକ ନେଇ ସୁପ୍ରିମକୋର୍ଟଙ୍କ ରାୟର ତର୍ଜମା କରାଯାଉଛି  ।  ରାଜ୍ୟରେ ଅନେକ କାର୍ଯ୍ୟରତ ଶିକ୍ଷକ ଅଛନ୍ତି ଯେଉଁମାନେ ୨୦୧୧ ପୂର୍ବରୁ ନିଯୁକ୍ତି ପାଇଥିଲେ ।  ସେତେବେଳେ OTET ନଥିଲା। ତେଣୁ କଣ କରାଯାଇ ପାରିବ ତର୍ଜମା ଚାଲିଛି ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ  ।

ପଢ଼ନ୍ତୁ ଅଧିକ ଖବର…ସତର୍କ ରୁହନ୍ତୁ! 24 ଘଣ୍ଟାରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷାରେ ବେହାଲ ହେବ ରାଜ୍ୟ, ମାଡି ଆସିବ ବନ୍ୟା…

ଅନ୍ୟ ରାଜ୍ୟ କଣ କରୁଛନ୍ତି ତାହାକୁ ତର୍ଜମା କରୁଛନ୍ତି ସରକାର ।  ଏନେଇ ରିଭ୍ୟୁ ପିଟିସନ କରାଯିବ କି ନାହିଁ ବିଚାର ଚାଲିଥିବା ମନ୍ତ୍ରୀ କହିଛନ୍ତି ।  ଓଡ଼ିଶାରେ ପ୍ରାୟ ୭୫ ହଜାର ଶିକ୍ଷକ OTET କରି ନାହାନ୍ତି ।  ଶିକ୍ଷକଙ୍କ ସ୍ୱାର୍ଥକୁ ରାଜ୍ୟ ସରକାର ଦୃଷ୍ଟିରେ ରଖିଛନ୍ତି ।

ଅବସର ଗ୍ରହଣ ପାଇଁ ୫ ବର୍ଷରୁ ଅଧିକ ଥିଲେ ଚାକିରି ଜାରି ରଖିବା କିମ୍ବା ପଦୋନ୍ନତି ପାଇଁ ଶିକ୍ଷକ ଯୋଗ୍ୟତା ପରୀକ୍ଷା-TET ପାସ୍ ବାଧ୍ୟତାମୂଳକ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।  ସେମାନଙ୍କୁ ଦୁଇ ବର୍ଷ ଭିତରେ ଟିଚର୍ସ ଇଲିଜିବିଲିଟି ଟେଷ୍ଟ-TET ପାସ କରିବାକୁ ପଡ଼ିବ  ।  ଯଦି ବିଫଳ ହୁଅନ୍ତି, ତେବେ ସେମାନେ ବାଧ୍ୟତାମୂଳକ ଅବସର ନେବେ ।

ତେବେ ଯେଉଁ ଶିକ୍ଷକଙ୍କର ଅବସର ପାଇଁ ମାତ୍ର ୫ ବର୍ଷ ବାକି ଅଛି ସେମାନେ ଟିଇଟିରୁ ଛାଡ଼ ପାଇବେ  ।  ଶିକ୍ଷକ ଯୋଗ୍ୟତା ପରୀକ୍ଷା-TET ହେଉଛି ଜାତୀୟ ସ୍ତରୀୟ ଯୋଗ୍ୟତା ପରୀକ୍ଷା  ।  ଏହା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ ପ୍ରଥମରୁ ୮ମ ଶ୍ରେଣୀ ଯାଏ ଶିକ୍ଷକତା ପାଇଁ ଯୋଗ୍ୟତା ନିର୍ଦ୍ଧାରଣ କରିଥାଏ  ।  ଶିକ୍ଷା ଅଧିକାର ଆଇନ ଅନୁସାରେ ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ-NCTE ଦ୍ୱାରା ୨୦୧୦ରେ TETକୁ ବାଧ୍ୟତାମୂଳକ କରାଯାଇଥିଲା  ।