fbpx

ମହିଳାମାନେ ବିନା କାରଣରେ ଚିଡ଼ଚିଡ଼ା ହେଲେ କୋପ କରନ୍ତି ଏହି ଗ୍ରହ; ଜାଣନ୍ତୁ ଏହାର କାରଣ…

ଓଡ଼ିଶା ଭାସ୍କର: ଆଜିକାଲି ଅନେକ ମହିଳା ଟିକେ ଟିକେ କଥାରେ ଅପମାନଜନକ ଶବ୍ଦ କିମ୍ବା ଗାଳିଗୁଲଜ ବ୍ୟବହାର କରୁଛନ୍ତି । ଏହି ଅଭ୍ୟାସ ଯୋଗୁଁ ସମସ୍ତଙ୍କ ଆଗରେ ସେମାନଙ୍କର ଛବି ଖରାପ ହୋଇଥାଏ। ଏହାସହ ଗ୍ରହମାନଙ୍କ ନକାରାତ୍ମକ ପ୍ରଭାବ ମଧ୍ୟ ପଡ଼ିଥାଏ। ଆସନ୍ତୁ ଜାଣିବା ଏଥିପାଇଁ କେଉଁ ଗ୍ରହ ଖରାପ ହୋଇଥାଏ ଏବଂ ଏହା ଦ୍ୱାରା କେଉଁ ପ୍ରକାର ସମସ୍ୟା ଆସିଥାଏ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଣିଷର କର୍ମ ଅନୁସାରେ କିଛି ଗ୍ରହ ସେମାନଙ୍କୁ ପ୍ରଭାବିତ କରିଥାନ୍ତି। ଗ୍ରହମାନଙ୍କର ଖରାପ ପ୍ରଭାବ ଯୋଗୁଁ ଲୋକମାନେ ଅନେକ ସମୟରେ ବିନା କାରଣରେ ଚିଡ଼ଚିଡ଼ା, କ୍ରୋଧିତ କିମ୍ବା ଅବସାଦଗ୍ରସ୍ତ ଅନୁଭବ କରିଥାନ୍ତି। ଅନେକ ସମୟରେ ଲୋକମାନେ କ୍ରୋଧରେ ଗାଳି ଗୁଲଜ କରିବା ଆରମ୍ଭ କରିଦିଅନ୍ତି, ଯାହାପରେ ନିଜକୁ ଅନୁତାପ କରିବାକୁ ପଡିଥାଏ।

ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବାଣୀ ଓ ବୁଦ୍ଧିର କାରକ ବୋଲି ବିବେଚନା କରାଯାଏ । ମହିଳାମାନେ ବିନା କରାଣରେ କ୍ରୋଧିତ ହେଲେ ତାଙ୍କର ବୁଧ ଗ୍ରହ ଖରାପ ହୋଇଯିବ। ବୁଧ ଗ୍ରହ ଦୁର୍ବଳ ହେବା ଦ୍ୱାରା ଜୀବନ ଉପରେ ଅନେକ ନକାରାତ୍ମକ ପ୍ରଭାବ ପଡିଥାଏ । ବୁଧଙ୍କ ଖରାପ ହେବା କାରଣରୁ ଅନେକ ମାନସିକ ସମସ୍ୟା ଦେଖାଦେଇଥାଏ। ଏହି କାରଣରୁ ମହିଳାମାନଙ୍କୁ ଏକାଗ୍ରତାର ଅଭାବ, ଦୁର୍ବଳ ସ୍ମରଣ ଶକ୍ତି, ଚିନ୍ତା, ଅବସାଦ ଏବଂ ନିଷ୍ପତ୍ତି ନେବାରେ ଅସୁବିଧା ଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ।

ବୁଧ ଦୁର୍ବଳ ହେବା କାରଣରୁ ଯୋଗାଯୋଗରେ ବାଧା, ଭୁଲ ବୁଝାମଣା, ଅନ୍ୟମାନଙ୍କ ସହ ମତଭେଦ, ଝଗଡ଼ା, ବିଚ୍ଛିନ୍ନତା, ଶିକ୍ଷାରେ ବାଧା, କର୍ମକ୍ଷେତ୍ରରେ ଖରାପ ପ୍ରଦର୍ଶନ, ବ୍ୟବସାୟରେ କ୍ଷତି, ଚାକିରିରେ ସମସ୍ୟା ଦେଖାଦେଇଥାଏ। ତେବେ ସେଥିପାଇଁ ସେମାନଙ୍କୁ ପ୍ରଥମରୁ ସତର୍କ ରହିବାକୁ ପଡ଼ିବ। ଏଥି ସହିତ ବିନା କିଛି କାରଣରେ କାହା ଉପରେ କ୍ରୋଧ କରିବା ଠାରୁ ଦୂରେଇ ରୁହନ୍ତୁ।

Get real time updates directly on you device, subscribe now.