fbpx

ଭାରତ-ଓ୍ଵେଷ୍ଟଇଣ୍ଡିଜ ଆଜି ଶେଷ ଦିନିକିଆ, ପଦାର୍ପଣ କରି ପାରନ୍ତି ଏହି ଖେଳାଳି

ନୂଆଦିଲ୍ଲୀ: ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମୁକାବିଲା ଆଜି ଖେଳାଯିବ। ଏହି ମ୍ୟାଚ୍ ଭାରତୀୟ ଦଳ ପାଇଁ ସେତେଟା ଗୁରୁତ୍ଵ ନୁହେଁ, କାରଣ ଦଳ ସିରିଜ୍ ନିଜ ନାମରେ କରି ସାରିଛି। ଦଳ ବେଞ୍ଚରେ ବସିଥିବା ଖେଳାଳିଙ୍କୁ ଖେଳାଇବାର ସୁଯୋଗ ମିଳିଛି। ଅନ୍ୟପଟେ ଓ୍ଵେଷ୍ଟଇଣ୍ଡିଜ ଶେଷ ମୁକାବିଲା ଜିତି ଆତ୍ମ ସମ୍ମାନ ରଖିବାକୁ ଚାହିଁବ।

ଶେଷ ମୁକାବିଲାରେ ଭାରତୀୟ ବ୍ୟାଟିଂ କ୍ରମରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିବ ନାହିଁ। କାରଣ ପ୍ରାୟତଃ ସବୁ ଖେଳାଳି ଭଲ ଲୟରେ ଅଛନ୍ତି। ବେଞ୍ଚରେ ବସିଥିବା ଅନ୍ୟ ବ୍ୟାଟସମ୍ୟାନଙ୍କୁ ସୁଯୋଗ ଦେବାର କୌଣସି ଆବଶ୍ୟକତା ନାହିଁ। ଚୂଡାନ୍ତ ଏକାଦଶରେ ଯେଉଁ ଖେଳାଳି ଖେଳୁଛନ୍ତି ସେମାନେ ଆଗାମୀ ସମୟରେ ଗୁରୁତ୍ଵପୂର୍ଣ୍ଣ ସିରିଜ୍ ଏବଂ ଟୂର୍ଣ୍ଣାମେଣ୍ଟର ଅଂଶ ବିଶେଷ ହେବାକୁ ଯାଉଛନ୍ତି। କିନ୍ତୁ ଅର୍ଶଦୀପ ସିଂହଙ୍କୁ ପଦାର୍ପଣର ସୁଯୋଗ ମିଳିପାରେ। ବାମହାତୀ ଏହି ଦ୍ରୁତ ବୋଲରଙ୍କୁ ଅଭେଶ ଖାନଙ୍କ ସ୍ଥାନରେ ସୁଯୋଗ ମିଳିପାରେ। ଭାରତୀୟ ଦଳରେ କେବଳ ଏହି ଗୋଟିଏ ପରିବର୍ତ୍ତନର ସମ୍ଭାବନା ରହିଛି।

ଦିନିକିଆ ସିରିଜ୍ ପରେ ଦୁଇ ଦଳ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ। ସିରିଜରେ ଭାରତର ନେତୃତ୍ଵ ନେବେ ନିୟମିତ ଅଧିନାୟକ ରୋହିତ ଶର୍ମା। ତେଣୁ ଉଭୟ ଦଳ ଶେଷ ଦିନିକିଆ ଜିତି ମନୋବଳ ସହ ଟି-୨୦ ସିରିଜ୍ ଆରମ୍ଭ କରିବାକୁ ଚାହିଁବେ।

ଭାରତୀୟ ଦଳର ସମ୍ଭାବିତ ଚୂଡାନ୍ତ ଏକାଦଶ

ଶିଖର ଧାଓ୍ଵନ(ଅଧିନାୟକ), ଶୁଭମାନ ଗିଲ୍, ଶ୍ରେୟସ ଆୟର, ସୂର‌୍ୟ୍ୟକୁମାର ଯାଦବ, ସଞ୍ଜୁ ସାମସନ(ଓ୍ଵିକେଟ୍ କିପର), ଦୀପକ ହୁଡ୍ଡା, ଅକ୍ଷର ପଟେଲ୍, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ, ୟୁଜବେନ୍ଦ୍ର ଚହଲ ଏବଂ ଅର୍ଶଦୀପ ସିଂହ।

ଓ୍ଵେଷ୍ଟଇଣ୍ଡିଜର ସମ୍ଭାବିତ ଚୂଡାନ୍ତ ଏକାଦଶ

ସାଇ ହୋପ୍(ଓ୍ଵିକେଟ୍ କିପର), କାଇଲ ମେୟର୍ସ, ଶାମହ ବ୍ରୁକ୍ସ, ବ୍ରେଣ୍ଡନ କିଙ୍ଗ୍, ନିକୋଲାସ ପୂରନ(ଅଧିନାୟକ), ରୋଭମ୍ୟାନ ପାଓ୍ଵେଲ, ଅକିଲା ହୁସେନ, ରୋମାରିଓ ସେଫାର୍ଡ, ଅଲଜାରୀ ଯୋଶେଫ, ଜେଡନ ସିଲ୍ସ ଏବଂ ହେଡନ ଓ୍ଵାଲ୍ସ।

Get real time updates directly on you device, subscribe now.