fbpx
BSKY
BJD YOUTH SKY
BJD MS SKY

ବିଶ୍ୱକପ୍ ମଝିରେ ସନ୍ନ୍ୟାସ ଘୋଷଣା କଲେ ଷ୍ଟାର ଖେଳାଳି: ସେୟାର କଲେ ଏମିତି ଫଟୋ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଦକ୍ଷିଣ ଆଫ୍ରିକାକୁ ହରାଇ ସେମି ଫାଇନାଲରୁ ବାଦ ଦେଇଛି ନେଦରଲାଣ୍ଡ । ଏହି ଘଟଣା ଚଳିତ ବିଶ୍ୱକପରେ ଆଉ ଏକ ବଡ ଆଶ୍ଚର୍ଯ୍ୟ ବୋଲି କୁହାଯାଉଛି । ଏହା ପୂର୍ବରୁ ଆୟରଲାଣ୍ଡ ଇଂଲଣ୍ଡକୁ ଏବଂ ଜିମ୍ବାୱେ ପାକିସ୍ତାନକୁ ମାତ୍ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ । ତେବେ ନେଦରଲାଣ୍ଡ ସାଉଥ ଆଫ୍ରିକାକୁ ହରାଇବା ପରେ ମଧ୍ୟ ସେମିଫାଇନାଲକୁ ପ୍ରବେଶ କରିପାରି ନଥିଲା । ତେଣୁ ବିଶ୍ୱକପରୁ ବାଦ୍ ପଡିବା ପରେ ଦଳର ଜଣେ ଷ୍ଟାର ଖେଳାଳି କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରି ସନ୍ନ୍ୟାସ ଘୋଷଣା କରିଛନ୍ତି ନେଦରଲାଣ୍ଡର ଷ୍ଟାର କ୍ରିକେଟର ଷ୍ଟିଫନ ମାୟବର୍ଗ । ତାଙ୍କର ଏହି ପୋଷ୍ଟ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ୨୦୧୧ ମସିହାରେ ଇଣ୍ଟରନେସନାଲ କ୍ରିକେଟରେ ଡେବ୍ୟୁ କରିଥିଲେ ମାୟବର୍ଗ । କିନ୍ତୁ ଟି-୨୦ ଦଳରେ ପ୍ରବେଶ କରିବା ପାଇଁ ତାଙ୍କୁ ଆଉ ଏକ ବର୍ଷ(୨୦୧୨) ସମୟ ଲାଗିଥିଲା । ସେ ଦଳ ପାଇଁ ମୋଟ ୨୨ ଦିନିକିଆ ମ୍ୟାଚ ଖେଳି ୫୨୭ ରନ୍ ଏବଂ ୪୫ ଟି-୨୦ ମ୍ୟାଚରୁ ୯୧୫ ରନ୍ କରିଛନ୍ତି ।

ସନ୍ନ୍ୟାସ ଘୋଷଣା କରି ମାୟବର୍ଗ କହିଛନ୍ତି ଯେ, ‘ଏବେ ଜୋତା ଖୋଲିବାର ସମୟ ଆସିଯାଇଛି । ୧୭ଟି ସିଜନ ପୂର୍ବରୁ ଫାଷ୍ଟ କ୍ଲାସ ଡେବ୍ୟୁ କରିବା ଏବଂ ୧୨ ସିଜନ ପୂର୍ବରୁ ଆନ୍ତର୍ଜାତୀୟ ଡେବ୍ୟୁ କରିବା ମୋ ପାଇଁ ସ୍ମରଣୀୟ ହୋଇ ରହିବ । ତେବେ ସାଉଥ ଆଫ୍ରିକାକୁ ହରାଇ ମୁଁ କ୍ରିକେଟରୁ ବିଦାୟ ନେବି ବୋଲି ଚିନ୍ତା ବି କରି ନଥିଲି । ସମସ୍ତ ଖେଳାଳିଙ୍କ ପରି ନିଜ ଦେଶ ପାଇଁ ଖେଳିବା ସମୟରେ ମୋ ଆଖିରେ ଲୁହ ଥିଲା ।’ ଏଥିପାଇଁ ନେଦରଲାଣ୍ଡ କ୍ରିକେଟକୁ ଧନ୍ୟବାଦ ଦେଇଛନ୍ତି କ୍ରିକେଟର ଷ୍ଟିଫେନ ମାୟବର୍ଗ ।

Get real time updates directly on you device, subscribe now.