fbpx

ଇନଷ୍ଟାଗ୍ରାମ ରିଲସ୍ କୁ ଆସିଲା ଟିକଟକ୍ ର ଏହି ଖା୍ସ ଫିଚର୍, ଜାଣନ୍ତୁ କିପରି କରିବେ ବ୍ୟବହାର

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମ ଏବେ ଟିକଟକ୍ କୁ ମାତ୍ ଦେବା ପାଈଁ ନୂଆ ନୂଆ ଫିଚର୍ ସବୁ ଆଣୁଛି । ଟିକଟକ୍ ଭାରତରେ ବ୍ୟାନ୍ ହେବା ପରେ ଇନଷ୍ଟାଗ୍ରାମ ଆଣିଥିଲା ନୁତନ ଭିଡିଓ ମେକିଂ ପ୍ଲାଟଫର୍ମ ରିଲ୍ସ । ଏହାକୁ ଏବେ ଆମ ଦେଶରେ ବହୁଳ ମାତ୍ରାରେ ବ୍ୟବହାର କରୁଛନ୍ତି ୟୁଜର୍ସ ମାନେ । ତେଣୁ ଟିକଟକ୍ ରେ ଯେଉଁସବୁ ଫିଚର୍ ରହିଥିଲ ସେହିଭଳି ଫିଚର୍ ଧୀରେ ଧୀରେ ଲଞ୍ଚ କରୁଛି । ଏହି ପରିପ୍ରେକ୍ଷୀରେ ଇନଷ୍ଟାଗ୍ରାମ ପୁଣିଥରେ ଟିକଟକ୍ ର ଏକ ନୂଆ ଫିଚର୍ ଲଞ୍ଚ କରିଛି । ଏଥିରେ ଆକ୍ସେସେବିଲିଟି ଫିଚର୍ ଓ ଅଡ଼ିଓ ଟୁଲ୍ ଆଡ୍ କରିଛି ଇନଷ୍ଟାଗ୍ରାମ ।

ଏଥିରେ ଲୋ-ଭିଜନ୍ ଥିବା ଲୋକମାନଙ୍କୁ ଭିଡିଓ କରିବାରେ ସହଜ ହେବ । ଇନଷ୍ଟାଗ୍ରାମ ରିଲ୍ସ ଟ୍ୟାବ୍ ରେ ନୂଆ Text To speech ଓ Voice Effects ଅଡିଓ ଟୁଲ୍ କୁ ଆଡ୍ କରାଯାଇଛି । ଟେକ୍ସଟ୍ ଟୁ ସ୍ପିଚ୍ ରେ କ୍ରିଏଟର୍ସ ମାନେ ଯେକୌଣସି ଆର୍ଟିଫିସିଆଲ୍ ଭଏସ୍ ବ୍ୟବହାର କରିପାରିବେ । ସେହିପରି ଭଏସ୍ ଇଫେକ୍ଟସ୍ ଅଡ଼ିଓ ଟୁଲ୍ ରେ ୟୁଜର୍ସ ମାନେ ଭଏସ୍ ଓଭର୍ କୁ ମୋଡିଫାଇ କରିପାରିବେ । ଏହାକୁ ନେଇ ଇନଷ୍ଟାଗ୍ରାମ ତରଫରୁ ସୂଚନା ଦିଆଯାଇଛି ।

 

 

Get real time updates directly on you device, subscribe now.