fbpx

ଗୁଜୁରାଟ ଟାଇଟନ୍ସକୁ ଜୋରଦାର ଝଟକା: ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଦଳ ଛାଡିଲେ ଏହି ଷ୍ଟାର ଖେଳାଳି

ନୂଆଦିଲ୍ଲୀ: IPL ଟୁର୍ଣ୍ଣାମେଣ୍ଟ ଆରମ୍ଭ ନ ହେଉଣୁ ଗୁଜୁରାଟ ଟାଇଟନ୍ସକୁ ଲାଗିଛି ଏକ ଶକ୍ତ ଝଟକା । ଟୁର୍ଣ୍ଣାମଣ୍ଟେରୁ ନିଜ ନାମ ଫେରାଇ ନେଇଛନ୍ତି ଇଂଲଣ୍ଡର ଷ୍ଟାର ଖେଳାଳି ଜେସନ ରୟ । ଚଳିତବର୍ଷ ପ୍ରଥମ କରି IPLରେ ଭାଗ ନେଉଥିବା ଗୁଜୁରାଟ ଟାଇଟନ୍ସ ତାଙ୍କୁ ନିଜ ଦଳରେ ସାମିଲ କରିଥିଲା । ତେବେ ଜାସନ ରୟ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନ ନେବା ଏକ ବଡ ବିବାଦକୁ ଟାଣି ଆଣିଛି । ଅକ୍ସନରେ ସାମିଲ ହେଲେ କିନ୍ତୁ ଟୁର୍ଣ୍ଣାମେଣ୍ଟ ଖେଳିବେନି ବୋଲି ନିଷ୍ପତ୍ତି ନେଇଛନ୍ତି ଏହି ଷ୍ଟାର ଖେଳାଳି । କିନ୍ତୁ ତାଙ୍କର ଏହି ନିଷ୍ପତ୍ତି ଏବେ ଭାରତ-ପାକିସ୍ତାନକୁ ନେଇ ସୋଶଲ ମିଡିଆରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି ।

ବାୟୋ ବବଲକୁ କାରଣ ଦର୍ଶାଇ IPL ରୁ ନିଜ ନାଁ ଫେରାଇ ନେଇଛନ୍ତି । ଆଗକୁ ଅନେକ ସିରିଜରେ ତାଙ୍କୁ ଖେଳିବାର ଅଛି, ତେଣୁ ସେ ବାୟୋ ବବଲରୁ ସାମାନ୍ୟ ବ୍ରେକ ନେବାକୁ ଏହି ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ଏବେ ସେ ପାକିସ୍ତାନ ସୁପର ଲିଗରେ କ୍ୱେଟା ଗ୍ଲେଡିଏଟର୍ସ ତରଫରୁ ଖେଳିଛନ୍ତି । IPL ଛାଡିବା ନେଇ ଘୋଷଣା କରିଥିବା ତାଙ୍କ ପୋଷ୍ଟରେ ହିଁ ପ୍ରଶଂସକମାନଙ୍କ ମଧ୍ୟରେ କମେଣ୍ଟ ଯୁଦ୍ଧ ଆରମ୍ଭ ହୋଇ ଯାଇଛି ।

IPLକୁ ଏକ ଖରାପ ଲିଗ ବୋଲି ଦର୍ଶାଇ କମେଣ୍ଟ କରିଛନ୍ତି ପାକିସ୍ତାନୀ ୟୁଜର । ସେପଟେ ରୟଙ୍କ ଏହି ନିଷ୍ପତ୍ତିକୁ ନେଇ ଆଲୋଚନା କରୁଛନ୍ତି ଭାରତୀୟ ପ୍ରଶଂସକ । ପାକିସ୍ତାନୀ ଲିଗରେ ଭାଗ ନେଇ IPL ରେ ଭାଗ ନ ନେବାରୁ ତାଙ୍କୁ ବହୁ ଆଲୋଚନାର ଶିକାର ହେବାକୁ ମଧ୍ୟ ପଡିଛି । ଏପରିକି ତାଙ୍କୁ ଅକ୍ସନରେ କେହି କିଣୁ ନଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ କିଣାଯାଇଛି ବୋଲି ମଧ୍ୟ କହିଛନ୍ତି ଜଣେ ଭାରତୀୟ ୟୁଜର ।

Get real time updates directly on you device, subscribe now.