fbpx

ଏହି ରାଜ୍ୟରେ କରୋନା ରୋଗୀଙ୍କ ସମସ୍ତ ଖର୍ଚ୍ଚ ବହନ କରିବେ ସରକାର, ରୋଗୀ ପାଇବେ ୪ ଲକ୍ଷ ପର୍ଯ୍ୟନ୍ତ ବେନିଫିଟ୍

ପାଣାଜି, ୭ା୫: ସମଗ୍ର ଦେଶରେ କରୋନାର ଦ୍ୱିତୀୟ ଲହର ମାଡ଼ି ଚାଲିଛି । ତେବେ ରାଜ୍ୟରେ କରୋନା ରୋଗୀଙ୍କ ଦୂରାବସ୍ଥାକୁ ଦୃଷ୍ଟିରେ ରଖି ଗୋଆ ସରକାର ଏକ ଅଭିନବ ପ୍ରୟାସ କରିଛନ୍ତି । କରୋନା ରୋଗୀଙ୍କ ସମସ୍ତ ଖର୍ଚ୍ଚ ଏଣିକି ବହନ କରିବେ ସରକାର । ରୋଗୀମାନେ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫାଇଦାରେ ରହିବେ ।

ଏହି ଯୋଜନାରେ ହସ୍ପିଟାଲରେ ଭର୍ତ୍ତି, ଡାକ୍ତରଙ୍କ ପରାମର୍ଶ, ନର୍ସିଂ, ବେଡ, ଖାଇବା ପିଇବା, ପିପିଇ କିଟ୍, ଏକ୍ସ-ରେ ଆଦିର ଖର୍ଚ୍ଚ ସରକାର ଦେବେ । ଅଢ଼େଇ ଲକ୍ଷ ଟଙ୍କାରୁ ଆରମ୍ଭ କରି ୪ ଲକ୍ଷ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବୀମା ମଧ୍ୟ ଏହି ଯୋଜନାରେ ସାମିଲ ରହିଛି । ସମସ୍ତ ବେସରକାରୀ ହସ୍ପିଟାଲିରେ ଭର୍ତ୍ତି ହୋଇଥିବା ରୋଗୀମାନେ ଏହି ସୁବିଧା ପାଇପାରିବେ । ଦିନ ଦୟାଲ ସ୍ୱାସ୍ଥ୍ୟ ବୀମା ଯୋଜନା ଅନ୍ତର୍ଗତ ସମସ୍ତ ସୁବିଧା ରୋଗୀମାନେ ବେସରକାରୀ ହସ୍ପିଟାଲରେ ପାଇପାରିବେ ।

Get real time updates directly on you device, subscribe now.