fbpx

କରୋନା ରୋଗୀଙ୍କ ଔଷଧ ନେଇ ଜାରି ହେଲା ନୂଆ ଗାଇଡଲାଇନ୍

ଭୁବନେଶ୍ୱର, ୭ା୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଭୟଙ୍କର ଭାବେ ବଢ଼ିବାରେ ଲାଗିଛି । ଆଜି ୧୯ ଜଣଙ୍କ ଜୀବନ ଯିବା ସହ ପଜିଟିଭ୍ ସଂଖ୍ୟା ୧୨ ହଜାର ଅତିକ୍ରମ କରିଛି । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି କରୋନା ରୋଗୀଙ୍କୁ ଔଷଧ ଓ ଇଞ୍ଜେକସନ ଦେବା ନେଇ ଗୃହ ମନ୍ତ୍ରାଳୟ ଏସଓପି ଜାରି କରିଛନ୍ତି । ନୂଆ କରୋନା ଔଷଧ ଟୋସିଲିଜୁମାବ ଓ ଅନ୍ୟ ଔଷଧ ପାଇଁ ଏହି ଏସଓପି ଜାରି କରାଯାଇଥିବା ଜଣାପଡ଼ିଛି ।

ଏଣିକି ଗୁରୁତର ତଥା ଭେଣ୍ଟିଲେଟରରେ ଥିବା ରୋଗୀଙ୍କୁ ଔଷଧ ଓ ଇଞ୍ଜେକସନ୍ ପ୍ରଦାନ କରାଯିବ । ଅକ୍ସିଜେନ ଲେବଲ କମ୍ ଥିବା ରୋଗୀଙ୍କୁ ଔଷଧ ଦିଆଯାଇ ପାରିବ । ଇଞ୍ଜେକସନ୍ ଦେବା ପୂର୍ବରୁ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରାଯିବ । ଏନେଇ ଡଗ୍ସ କଣ୍ଟ୍ରୋଲର ଆଣ୍ଡ ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ଅନୁମତି ପ୍ରଦାନ କରି ସାରିଛନ୍ତି । ଡ୍ରଗ୍ସର ବ୍ୟବହାର ନେଇ ଡିସିଜିଆଇ କୌଣସି ସ୍ପଷ୍ଟ ଗାଇଡଲାଇନ୍ ଜାରି କରିନାହାନ୍ତି । ଅନୁମତିପ୍ରାପ୍ତ ନୂଆ ଡ୍ରଗ୍ସ ପର୍ଯ୍ୟାପ୍ତ ମାତ୍ରାରେ ମିଳୁନଥିବାରୁ ଏହାର ବ୍ୟବହାର ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖିଛନ୍ତି । ସେ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର, ସିଡିଏମ ଓ ପିଏଚଓ, ଏମ୍ସ ନିର୍ଦ୍ଦେଶକ, କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ, ଏଏଚପିଜିଆଇସି, ଆଇଜିଏଚ, ସମସ୍ତ ମେଡିକାଲ କଲେଜ କର୍ତ୍ତୃପକ୍ଷ, ସରକାରୀ ଓ ଘରୋଇ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି ।

Get real time updates directly on you device, subscribe now.