fbpx

IT ବିଭାଗର ଏହି ଟିମଙ୍କୁ ରେଡ୍ ସମୟରେ ମିଳିଥିଲା ବଡ଼ ସଫଳତା, ନିର୍ମଳା ସୀତାରମଣ କଲେ ସମ୍ମାନିତ

ନୂଆଦିଲ୍ଲୀ: ବୁଧବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ IT  ବିଭାଗର ଏକ ଟିମକୁ ସମ୍ମାନିତ କରିଛି । ଏହି ଟିମ୍ ଗତ ବର୍ଷ ଓଡ଼ିଶାରେ ଏକ ଡିଷ୍ଟିଲାରୀ ଗୋଷ୍ଠୀ ବିରୁଦ୍ଧରେ ରେଡ୍ କରିଥିଲା । ଏହି ରେଡ୍ ସମୟରେ ଟିମ୍ ସର୍ବାଧିକ ୩୫୨ କୋଟି ଟଙ୍କାର ନଗଦ ରାଶି ଜବତ କରିଥିଲା ।

ଭାରତୀୟ ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟର ୧୬୫ ବର୍ଷ ପୂର୍ତ୍ତି ଅବସରରେ ଦିଲ୍ଲୀ ବିଜ୍ଞାନ ଭବନରେ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ନିର୍ମଳା ସୀତାରମଣ ଭୁବନେଶ୍ୱରର IT  ଅନୁସନ୍ଧାନର ମୁଖ୍ୟ ନିର୍ଦ୍ଦେଶକ ଏସ୍‌.କେ ଝା ଏବଂ ଅତିରିକ୍ତ ନିର୍ଦ୍ଦେଶକ ଗୁରପ୍ରିତ ସିଂହଙ୍କ ନେତୃତ୍ୱାଧୀନ ଏକ IT  ଟିମକୁ ‘CBDT ଉତ୍କୃଷ୍ଟା ପ୍ରମାଣପତ୍ର’ରେ ସମ୍ମାନିତ କରିଥିଲେ । ଏହି ଟିମର ୨ ଅନ୍ୟ ସଦସ୍ୟ ଆୟକର ଡେପୁଟି ଡାଇରେକ୍ଟର, ଏଚ୍‌. କେ ଦାସ ଏବଂ ଆୟକର ନୀରିକ୍ଷକ ପି. କେ ସିଂହଙ୍କୁ ପ୍ରମାଣ ପତ୍ର ପ୍ରଦାନ କରଥିଲେ । ଆୟକର ବିଭାଗର ପ୍ରଶାସନିକ ସଂସ୍ଥା ସେଣ୍ଟ୍ରାଲ ବୋର୍ଡ଼ ଅଫ୍ ଡାଇରେକ୍ଟ ଟ୍ୟାକ୍ସେସ୍‌(CBDT) ଦ୍ୱାରା ପ୍ରଥମ ଥର ପାଇଁ ଏହି ପୁରସ୍କାର ପ୍ରତିଷ୍ଠା କରାଯାଇଛି । ଏହା ବ୍ୟତୀତ କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ଦେଶର କରଦାତାଙ୍କୁ ମଧ୍ୟ କୃତଜ୍ଞତା ଜଣାଇ କହିଛନ୍ତି, ‘ମୁଁ ଆପଣଙ୍କ ଭଳି ସଚ୍ଚୋଟ କରଦାତାଙ୍କ ପ୍ରତି ଆଭାର ବ୍ୟକ୍ତ କରୁଛି ଯେଉଁମାନଙ୍କ କଲ୍ୟାଣ ବିକାଶ ଏବଂ ଆକାଂକ୍ଷା ଯୋଗୁଁ ଆଜି ଭାରତର ଅର୍ଥବ୍ୟବସ୍ଥା ଚାଲୁଛି ।’

Get real time updates directly on you device, subscribe now.