ନୂଆଦିଲ୍ଲୀ: ୨୦୨୨ IPL ପାଇଁ ସରିବା ପରେ ଏବେ ଚାଲିଛି ଆଲୋଚନା ପର୍ଯ୍ୟାଲୋଚନାର ସମୟ । ବିଭିନ୍ନ ଦଳର ସାମର୍ଥ୍ୟ ଏବଂ ଖେଳାଳିଙ୍କୁ ନେଇ ଚାଲିଛି ଅଙ୍କକଷା । କିଏ ଏହି ସିଜନର ସବୁଠୁ ଶକ୍ତିଶଳୀ ଦଳ, ସେ ନେଇ ଚାଲିଛି ଟଣା ଓଟରା । ତେବେ ଏଥି ମଧ୍ୟରେ କ୍ରିକେଟ ପଣ୍ଡିତମାନେ ଗୋଟିଏ ଦଳକୁ ଶକ୍ତିଶାଳୀ ଦଳ ବୋଲି କହିଛନ୍ତି । ଏହି ଦଳ ପାଖରେ ବ୍ୟାଟିଙ୍ଗ ଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ବିଶିଷ୍ଟ ଖେଳାଳିଙ୍କୁ ସ୍ଥାନ ଦେଇଛି ।
ଅକ୍ସନ ପରେ ଦଳ ପାଖରେ ଏବେ ୨୪ରୁ ଅଧିକ ଖେଳାଳି ରହିଛନ୍ତି । ବ୍ୟାଟିଙ୍ଗ ବିଭାଗରେ ସଞ୍ଜୁ ସାମସନଙ୍କ ସମେତ ଜୋସ ବଟଲର, ସିମ୍ରନ ହେଟମାୟାର, ରାସି ବେନ-ଡର ଦୁସେଁ, ଡେରିଲ ମିଚେଲ, ୟଶସ୍ୱୀ ଜୈଶ୍ୱାଲ, ଦେବଦତ୍ତ ପଡ୍ଡିକଲ, କରୁଣ ନାୟାର ଏବଂ ଧ୍ରୁବ ଜୁରେଲ ଦଳକୁ ମଜବୁତ କରୁଛନ୍ତି । ସେହିପରି ବୋଲିଙ୍ଗ କ୍ଷେତ୍ରରେ ଦଳରେ ସାମିଲ ହୋଇଛନ୍ତି ଟ୍ରେଣ୍ଟ ବୋଲଟ, ପ୍ରସିଦ୍ଧ କୃଷ୍ଣା, ୟୁଜବେନ୍ଦ୍ର ଚହଲ ଏବଂ ରବି ଚନ୍ଦ୍ରନ ଅଶ୍ୱୀନଙ୍କ ସମେତ କେ.ସି କରିୟାପ୍ପା, ନବଦୀପ ସୈନୀ, ଓବେଡ ମକାୟ, କୁଳଦୀପ ସେନ, ତେଜସ ବରୋକା, କୁଳଦୀପ ଯାଦବ ଏବଂ ନାଥନ କୁଲ୍ଟର ନାଇଲ ।
ତେବେ ଅଲରାଉଣ୍ଡର କ୍ଷେତ୍ରରେ ଦଳ ସାମାନ୍ୟ କମଜୋର ଅନୁଭବ ହେଉଛି । ରିୟାନ ପରାଗ, ଅନୁନୟ ସିଂ, ଶୁଭମ ଗଢୱାଲ ଏବଂ ଜେମ୍ସ ନୀଶମ ଦଳରେ ଅଲରାଉଣ୍ଡରର ଭୂମିକା ତୁଲାଇବେ । ଏମାନଙ୍କୁ ନେଇ ଅଧିକ ଚିନ୍ତା କରିବନି ରୋୟଲ୍ସ । ତେବେ ସମସ୍ତ କ୍ଷେତ୍ରରେ ଦମଦାର ଖେଳାଳି ରଖିଥିବା ରାଜସ୍ତାନ ଚଳିତ ସିଜନର ସବୁଠୁ ଶକ୍ତିଶାଳୀ ଟିମ ବୋଲି ଅନୁମାନ କରାଯାଉଛି । ତେବେ ଦେଖାଯାଉ ଦ୍ୱିତୀୟ ଥର ଟ୍ରଫି ଉଠାଇବାକୁ ରାଜସ୍ଥାନ ସକ୍ଷମ ହୋଇ ପାରୁଛି କି ନା ।