ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ ଏବେବି କରୋନା ମହାମାରୀର ପ୍ରକୋପ ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ୟୁ-ଟ୍ୟୁବ ଜରିଆରେ ପୁରୀ ରଥଯାତ୍ରାର ସିଧାପ୍ରସାରଣ କରିବାକୁ ଯାଉଛନ୍ତି ସରକାର । ସ୍ନାନଯାତ୍ରାରୁ ନୀଳାଦ୍ରି ବିଜେ ଯାଏ ସବୁ ପରମ୍ପରାର ସିଧା ପ୍ରସାରଣ ହେବ । କୋଭିଡ ବେଳେ ଘରେ ଥାଇ ୟୁଟ୍ୟୁବରେ ସାରା ବିଶ୍ୱର ଭକ୍ତମାନେ ରଥଯାତ୍ରା ଦେଖିପାରିବେ ।
ତେବେ ଜୁନ୍ ୨୪ରେ ସ୍ନାନଯାତ୍ରା ଓ ଜୁଲାଇ ୧୨ରେ ରଥଯାତ୍ରାର ସିଧାପ୍ରସାରଣ ୟୁଟ୍ୟୁବରେ ହେବ । ଏହା ବ୍ୟତିତ ଜୁଲାଇ ୨୦ରେ ବାହୁଡା ଯାତ୍ରା ଓ ୨୧ରେ ସୁନାବେଶର ସିଧାପ୍ରସାରଣ ହେବ । ୨୩ରେ ନୀଳାଦ୍ରି ବିଜେର ସିଧାପ୍ରସାରଣ କରିବ ସୂଚନା ଓ ଲୋକସମ୍ପର୍କ ବିଭାଗ । youTube/I&PR odishaରେ ଭକ୍ତମାନେ ରଥଯାତ୍ରାର ସିଧାପ୍ରସାରଣ ଦେଖିପାରିବେ ।
Like last Year, Director, @dd_odia has been requested for Live Coverage of Snana Yatra, Gundicha Yatra, Bahuda Yatra, Suna-Besha & Neeladri-Bije and to provide common feed to recommended electronics media and web media channels free of cost. #RathaYatra2021 pic.twitter.com/JSnsWdbkLd
— I & PR Department, Odisha (@IPR_Odisha) June 4, 2021