fbpx
BSKY SKY
BSKY SKY

ଏଥର ହୋଲାଷ୍ଟକରେ ସୃଷ୍ଟି ହେଉଛି ବଡ ଦୂର୍ଲଭ ସଂଯୋଗ, ଏହି ୩ ରାଶିଙ୍କୁ ମିଳିବ ବେଶ୍ ଶୁଭ ଫଳ

BSKY

ଓଡ଼ିଶା ଭାସ୍କର: ଚଳିତ ବର୍ଷ ହୋଲି ପର୍ବ ମାର୍ଚ୍ଚ ୨୫ରେ ପାଳନ କରାଯିବ । ଏହାର ଠିକ୍ ୮ ଦିନ ପୂର୍ବରୁ ଅର୍ଥାତ୍ ୧୭ ମାର୍ଚ୍ଚରେ ହୋଲାଷ୍ଟକ ଆରମ୍ଭ ହେଉଛି । ଶାସ୍ତ୍ର ଅନୁସାରେ ହୋଲାଷ୍ଟକ ସମୟରେ ଶୁଭ ଓ ମାଙ୍ଗଳିକ କାର୍ଯ୍ୟ ମନା ହୋଇଥାଏ । ଏଥର ହୋଲାଷ୍ଟକରେ ବଡ ଦୂର୍ଲଭ ସଂଯୋଗ ସୃଷ୍ଟି ହେବାକୁ ଯାଉଛି ।
ଜ୍ୟୋତିଷ ଗଣନା ଅନୁସାରେ ହୋଲାଷ୍ଟକ ସମୟରେ ୧୮ ମାର୍ଚ୍ଚରେ ଶନିଦେବ ସ୍ୱରାଶି କୁମ୍ଭରେ ଉଦୟ ହେବେ । ଏହା ୩ ରାଶିଙ୍କ ଲାଗି ବେଶ୍ ଶୁଭ ସାବ୍ୟସ୍ତ ହେବ ।

ତୁଳା:ଏହି ରାଶିର ଜାତକଙ୍କୁ ଧନଧାନ୍ୟ ପ୍ରାପ୍ତି ହେବ । ସମାଜରେ ମାନ ସମ୍ମାନ ବଢିବ । ଜୀବନରେ ଚାଲୁଥିବା ସମସ୍ୟାର ସମାଧାନ ହେବ । ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବ । ଘରେ ମାତା ପିତା ଓ ବୟସ୍କଙ୍କ ସ୍ୱାସ୍ଥ୍ୟରେ ବି ସୁଧାର ଆସିବ ।
ମକର: କୌଣସି ଦିଗରୁ ଧନ ଲାଭ ହେବ । ବ୍ୟବସାୟରେ ବୃଦ୍ଧି ଘଟିବ । ଚାକିରୀଜୀବୀଙ୍କ ପ୍ରମୋଶନ ସହିତ ଇନକ୍ରିମେଣ୍ଟ ହେବ । ଘରୋଇ କଳି ଝଗଡା ଦୂର ହେବ । ବିବାହ ଲାଗି ଭଲ ପ୍ରସ୍ତାବ ଘରକୁ ଆସିବ । ପ୍ରେମ ସମ୍ୱନ୍ଧରେ ମଧୁରତା ଭରିଯିବ ।
ମୀନ: ଚାକିରୀ କିମ୍ବା ବ୍ୟବସାୟ କ୍ଷେତ୍ରରେ ଜାରି ରହିଥିବା ସମସ୍ୟା ଦୂର ହେବ । ପୂର୍ବରୁ କରିଥିବା କୌଣସି ନିବେଶରୁ ଲାଭ ମିଳିବ । କେଉଁଠି ଅଟକି ରହିଥିବା ଧନ ଫେରିପାଇବେ । ଛାତ୍ରଛାତ୍ରୀଙ୍କ ଏକାଗ୍ରତା ବୃଦ୍ଧି ପାଇବ । ଲେଖା ପଢାରେ ଭଲ ପରିଣାମ ମିଳିବ । ଚାକିରୀ ସନ୍ଧାନରେ ଥିବା ଯୁବକ ଯୁବତୀଙ୍କୁ ଖୁସି ଖବର ମିଳିବ ।

Get real time updates directly on you device, subscribe now.