ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ବାତିଲ ରହିବ ଏହି ଟ୍ରେନ୍‌, ଟିକେଟ୍ ବୁକିଂ କରିବା ପୂର୍ବରୁ ଜାଣନ୍ତୁ ସୂଚୀ

ନୂଆଦିଲ୍ଲୀ: ଦେଶରେ ପ୍ରାୟ ୨.୫ କୋଟିରୁ ଉର୍ଦ୍ଧ୍ୱ ଲୋକ ରେଳ ଯାତ୍ରା କରିଥାନ୍ତି । ଭାରତୀୟ ରେଳବାଇ ବିଶ୍ୱର ୪ର୍ଥ ବୃହତ୍ତମ ରେଳ ବ୍ୟବସ୍ଥା ଅଟେ । ରେଳ ଯାତ୍ରା କରିବା ସମୟରେ ଲୋକମାନେ ଅନେକ ସୁବିଧା ପାଇଥାନ୍ତି । କିନ୍ତୁ କିଛି ସମୟରୁ ବିଭିନ୍ନ କାରଣ ଯୋଗୁଁ ଭାରତୀୟ ରେଳବାଇ ଅନେକ ଟ୍ରେନକୁ ବାତିଲ କରିଦେଇଛି । ଫଳରେ ଅନେକ ରେଳଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ସମ୍ପ୍ରତି ରେଳବାଇ ବିଭିନ୍ନ ମାର୍ଗରେ ଅନେକ ଟ୍ରେନ୍ ବାତିଲ କରିଛି । ଯଦି ଆପଣ ଆଗାମୀ କିଛି ଦିନ ମଧ୍ୟରେ ରେଳଯାତ୍ରା କରିବାକୁ ଯାଉଛନ୍ତି ତେବେ ପ୍ରଥମେ ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରନ୍ତୁ ।

୧. ଟ୍ରେନ୍ ନମ୍ବର ୧୪୬୧୭-୧୮ ବନମଂଖି- ଅମୃତସର ଜନସେବା ଏକ୍ସପ୍ରେସ୍ ୧୪ ଡିସେମ୍ବର ୨୦୨୪ରୁ ୨ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ବାତିଲ ରହିବ ।

୨. ଟ୍ରେନ୍ ନମ୍ବର ୧୪୬୦୬-୦୫ ୟୋଗନଗରୀ ଋଷିକେଶ- ଜମ୍ମୁତଭୀ ଏକ୍ସପ୍ରେସ୍ ୧୪ ଡିସେମ୍ବର ୨୦୨୪ରୁ ୨୪ ଫେବୃଆରୀ ୨୦୨୫ ପର୍ଯ୍ୟନ୍ତ ବାତିଲ ରହିବ ।

୩. ଟ୍ରେନ୍ ସଂଖ୍ୟା ୧୪୬୧୬-୧୫ ଅମୃତସର- ଲାଲକୁଆଁ ଏକ୍ସପ୍ରେସ୍ ୧୪ ଡିସେମ୍ବର ୨୦୨୪ରୁ ୨୨ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ବାତିଲ ରହିବ ।

୪. ଟ୍ରେନ୍ ସଂଖ୍ୟା ୧୪୫୨୪-୨୩ ଅମ୍ବାଲା- ବରୌନୀ ହରିହର ଏକ୍ସପ୍ରେସ୍ ୧୪ ଡିସେମ୍ବର ୨୦୨୪ରୁ ୨୭ ଫେବୃଆରୀ ୨୦୨୫ ପର୍ଯ୍ୟନ୍ତ ବାତିଲ ରହିବ ।

୫. ଟ୍ରେନ୍ ସଂଖ୍ୟା ୧୮୧୦୩- ୦୪ ଜଲିଆନାବାଲା ବାଗ୍ ଏକ୍ସପ୍ରେସ୍ ୧୪ ଡିସେମ୍ବର ୨୦୨୪ରୁ ୨୮ ଫେବୃଆରୀ ୨୦୨୫ ପର୍ଯ୍ୟନ୍ତ ବାତିଲ ରହିବ ।

୬. ଟ୍ରେନ୍ ନମ୍ବର ୧୨୨୧୦-୦୯ କାଠଗୋଦାମ- କାନପୁର ସାପ୍ତାହିକ ଏକ୍ସପ୍ରେସ ୧୪ ଡିସେମ୍ବର ୨୦୨୪ରୁ ୨୫ ଫେବୃଆରୀ ୨୦୨୫ ପର୍ଯ୍ୟନ୍ତ ବାତିଲ ରହିବ ।

୭. ଟ୍ରେନ୍ ସଂଖ୍ୟା ୧୪୦୦୩-୦୪ ମାଲଦା ଟାଉନ୍‌- ଦିଲ୍ଲୀ ଏକ୍ସପ୍ରେସ୍ ବ୪ ଡିସେମ୍ବରରୁ ୧ମାର୍ଚ୍ଚ, ୨୦୨୫ ପର୍ଯ୍ୟନ୍ତ ବାତିଲ ରହିବ ।