fbpx

(VIDEO) ଏହି ଗାଁରେ ରହିଛି ଅଜବ ନିୟମ; ବିବାହ ପରେ ଝିଅ ନୁହେଁ ପୁଅ ଯାଏ ଶାଶୁଘର

ନୂଆଦିଲ୍ଲୀ: ଆମ ଭାରତ ବର୍ଷରେ ଝିଅମାନେ ପ୍ରାୟତଃ ବିବାହ କଲାପରେ ଶାଶୁ ଘରକୁ ଯାଆନ୍ତି । ବାକି ଜୀବନ ସେମାନେ ତାଙ୍କ ଶାଶୁ ଘରେ କାଟିଥାନ୍ତି । ହେଲେ ଆମ ଦେଶରେ ଏଭଳି ଗାଁ ଅଛି ଯେଉଁଠାରେ ବିବାହ ପରେ ଝିଅମାନେ ଶାଶୁଘରକୁ ଯିବା ପରିବର୍ତ୍ତେ ନିଜ ଘରେ ରହିଥାନ୍ତି । ଆଉ ଜ୍ୱାଇଁ ମାନେ ଝିଅ ଘରେ ରହିଥାନ୍ତି । ଏଭଳି ଗାଁ ହେଉଛି ଉତ୍ତରପ୍ରଦେଶର କୌଶଂମ୍ବୀ ଜିଲ୍ଲାର ହିଙ୍ଗୁଳପୁର ଗାଁ । ଯାହା ଜ୍ୱାଇଁ ଗାଁ ଭାବରେ ବେଶ ଜଣାଶୁଣା । ଦିନ ଥିଲା ଯେତେବେଳେ ହିଙ୍ଗୁଳପୁର ଗାଁ ଯୌତୁକ ଏବଂ ଭୃଣ ମୃତ୍ୟୁ ପାଇଁ ଆଗରେ ରହିଥିଲା । କିନ୍ତୁ ଆଜିର ସମୟରେ ଏହି ଗାଁ ନିଜ ଝିଅମାନଙ୍କୁ ବଞ୍ଚାଇବା ପାଇଁ ଏକ ନିଆରା ପଦକ୍ଷେପ ଆପଣାଇଛନ୍ତି । ଗାଁର ବୟସ୍କ ଲୋକ ମାନେ ବୈଠକ କରି ଏଭଳି ନିଷ୍ପତି ନେଇଥିଲେ । ସବୁଠାରୁ ବଡକଥା ହେଲା ଜ୍ୱାଇଁ ମାନଙ୍କର ରହିବା ଠାରୁ ଆରମ୍ଭ କରି ଚାକିରି ପର୍ଯ୍ୟନ୍ତ କେଉଁଥିରେ ଯେପରି ଅସୁବିଧା ହେବ ନାହିଁ ତାହା ଉପରେ ଧ୍ୟାନ ଦିଆଯିବ ।

ତେବେ ମିଳିଥିବା ସୂଚନା ଅନୁଯାୟୀ, କାନପୁର, ଫତେପୁର, ପ୍ରତାପଗଡ, ଆହ୍ଲାବାଦ ଏବଂ ବୃନ୍ଦା ପରି ଜିଲ୍ଲାର ପୁଅ ମାନେ ବିବାହ କରି ହିଙ୍ଗୁଳପୁର ଗାଁରେ ରହୁଛନ୍ତି । ଏହି ପରମ୍ପରା ପିଢି ପିଢି ଧରି ଚାଲିଆସୁଛି । କେବଳ ହିଙ୍ଗୁଳପୁର ନୁହେଁ ମଧ୍ୟ ପ୍ରଦେଶର ନରସିଂହପୁର ଜିଲ୍ଲା ନିକଟରେ ମଧ୍ୟ ଏମିତି ଗାଁ ରହିଛି । ଯେଉଁଠାରେ ଜ୍ୱାଇଁ ମାନେ ଆସି ଶ୍ୱଶୁର ଘରେ ରୁହନ୍ତି । ବିବାହ ପରେ ମଧ୍ୟ ଝିଅମାନଙ୍କୁ ସେମାନଙ୍କ ବାପା ଘରେ ରହିବାକୁ ପଡିଥାଏ । ଏହାର ମୁଖ୍ୟ କାରଣ ହେଉଛି ଯଦି ଝିଅର ବିବାହ ଦୂର ଯାଗାରେ ହୁଏ ତାହାଲେ ସେ ପରିବାର ବିଷୟରେ ସଠିକ୍ ତତ୍ୟ ଜଣାପଡିନଥାଏ । ଯେଉଁଥିପାଇଁ ଅନେକ ସମୟରେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଝଗଡା ହୋଇଥାଏ । ଯାହାର ସମାଧାନ ପାଇଁ ଏହି ପ୍ରଥା ଚାଲୁଅଛି ।

Get real time updates directly on you device, subscribe now.