fbpx

୫୮ ବର୍ଷୀୟ ମହିଳାଙ୍କୁ ବଳତ୍କାର କରି ହତ୍ୟା ମାମଲା, ୧୬ ବର୍ଷର କିଶୋର ଗିରଫ

ରିୱା: ମଧ୍ୟପ୍ରଦେଶର ରିୱା ଜିଲ୍ଲାରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ୧୬ବର୍ଷର ବାଳକ ୫୮ ବର୍ଷୀୟ ମହିଳାଙ୍କ ସହ ବଳତ୍କାର କରି ହତ୍ୟା କରିଛି । ପୋଲିସ ସୂଚନା ଅନୁସାରେ, ଏହି ଘଟଣାଟି ୩୦ ଜାନୁଆରୀ ରାତିରେ ହନୁମାନ ଥାନା ଅଞ୍ଚଳର କୈଳାଶପୁରୀ ଗାଁରେ ଘଟିଛି । ପଞ୍ଜିକୃତ ମାମଲାରେ ମୃତକଙ୍କ ପରିବାର ଦୁଇ ବର୍ଷ ପୂର୍ବେ ସେହି ବାଳକ ଉପରେ ଫୋନ ଚୋରୀ ଅଭିଯୋଗ କରିଥିଲେ ସେଥିପାଇଁ ସେ ଏହାର ପ୍ରତିଶୋଧ ନେବାକୁ ଚାହୁଁଥିଲା ।

ପୋଲିସ ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ମହିଳାଙ୍କ ଘରକୁ ଯାଇ ତାଙ୍କ ସହ ଜବଦସ୍ତି କରିଥିଲା । ହେଲେ ମହିଳା ଯେତେବେଳେ ଚିତ୍କାର କରିବା ଆରମ୍ଭ କଲେ ସେତେବେଳେ ସେହି ବାଳକ ମହିଳାଙ୍କ ମୁହଁକୁ ଭଲଭାବେ ବାନ୍ଧି ଦେଇ ତାଙ୍କୁ ଘୋଷାଡ଼ି ଘୋଷାଡ଼ି ଏକ ନିଛାଟିଆ ଜାଗାକୁ ନେଇ ଯାଇଥିଲା । ଏହାପରେ ମହିଳାଙ୍କ ମୁଣ୍ଡ, ହାତ, ତଣ୍ଟି, ଏବଂ ଛାତିକୁ ଦାଆ ଦ୍ୱାରା ଆଘାତ କରିଥିଲା । ଏହାପରେ ମହିଳା ଚେତା ଶୂନ୍ୟ ହୋଇପଡ଼ିଥିଲେ । ବାଳକ ଏହି ସୁଯୋଗର ଫାଇଦା ଉଠାଇ ୫୮ବର୍ଷୀୟ ମହିଳାଙ୍କୁ ବଳତ୍କାର କରିଥିଲା ଏବଂ ପରେ ଜୀବନରୁ ମାରିଦେଇଥିଲା ।

ପୋଲିସ ଅଧିକାରୀ କହିଛନ୍ତି ଯେ, ୧ ଫେବୃଆରୀ ଦିନ ତାଙ୍କ ପାଖକୁ ଏକ ଖବର ଆସିଥିଲା ଯେ, ଜଣେ ୫୮ ବର୍ଷୀୟ ମହିଳାଙ୍କ ଶବ ମିଳିଛି ସେତେବେଳେ ସେ ଘଟଣାସ୍ଥଳରେ ପହଁଚିଥିଲେ । ମୃତକଙ୍କ ପରିବାର କହିଥିଲେ ଯେ, ଦୁଇ ବର୍ଷ ପୂର୍ବେ ସେହି ବାଳକ ଉପରେ ଫୋନ ଚୋରୀର ଅଭିଯୋଗ କରାଯାଇଥିଲା । ସେଥିପାଇଁ ଦୁଇ ପରିବାର ଭିତରେ ଶତ୍ରୃତା ଲାଗି ରହିଥିଲା ଏବଂ ସେହି ରାଗ ପାଇଁ ବାଳକଟି ମହିଳାଙ୍କ ସହ ଏପରି କରିଛି ।

ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଜଣା ପଡ଼ିଥିଲା ଯେ, ସେ ସେହି ମହିଳାଙ୍କ ଘରୁ ୧୦୦୦ ଟଙ୍କା ନେଇ ଫେରାର ହୋଇଯାଇଥିଲେ । ଏହା ବ୍ୟତୀତ ସେହି ବାଳକକୁ ପଚରାଉଚରା ପରେ ସେ ଅପରାଧ ସ୍ୱୀକାର କରିଛି । ଅଭିଯୁକ୍ତ ବାଳକକୁ ସୁଧାର କେନ୍ଦ୍ର ପଠାଯାଇ ତାଙ୍କ ବିରୋଧରେ ୩୦୨( ହତ୍ୟା) ୩୦୭ (ବଳତ୍କାର) ପରି ବିଭିନ୍ନ ମାମଲା ରୁଜୁ କରାଯାଇଛି ।

Get real time updates directly on you device, subscribe now.