fbpx

ସଂସଦରେ ନୃତ୍ୟ ମାଧ୍ୟମରେ ପ୍ରସଙ୍ଗ ଉପସ୍ଥାପନା କଲେ ଏହି ମହିଳା ସାଂସଦ, ଭାଇରାଲ ହେଉଛି ଭିଡ଼ିଓ

ଓଡ଼ିଶା ଭାସ୍କର: ନ୍ୟୁଜିଲ୍ୟାଣ୍ଡର ୨୧ ବର୍ଷୀୟା ମହିଳା ସାଂସଦ ରାଓହିତି ମାଇପେ କ୍ଲାର୍ଲ୍କ(Rawhiti Maipi Clarke) ସଂସଦରେ ମାଓରୀ ଭାଷାରେ ଦେଇଥିବା ଏକ ଭାଷଣ ଚର୍ଚ୍ଚାର ବିଷୟ ପାଲଟିଛି । ସଂସଦରେ ମାଓରୀ ସଂସ୍କୃତିର ନୃତ୍ୟ ‘ହାକା’ ପ୍ରଦର୍ଶନ କରି ସେ ତାଙ୍କ ପ୍ରସଙ୍ଗ ଉପସ୍ଥାପନ କରିଥିଲେ । ଏନେଇ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି । ରାଓହିତି ମାଇପେ କ୍ଲାର୍ଲ୍କ ଏକ ପାରମ୍ପରିକ ଯୁଦ୍ଧ କାନ୍ଦଣାକୁ ନୃତ୍ୟ ମାଧ୍ୟମରେ ତାମାରିକି ମାଓରୀଙ୍କୁ ସମର୍ପିତ କରିଥିଲେ । କହରଖୁଛୁ ଏହି ଭାଷଣ ଗତ ମାସର କିନ୍ତିୁ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।

‘ହାକା’ ନୃତ୍ୟ ହେଉଛି ନୃଜନଜାତୀମାନଙ୍କ ସ୍ୱାଗତ କରିବାର ଏକ ପାରମ୍ପରିକ ନୃତ୍ୟ । ଏହା ସହ ଯୁଦ୍ଧକୁ ଯିବା ସମୟରେ ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବା ପାଇଁ ଏହି ନୃତ୍ୟ ପ୍ରଦର୍ଶନ କରାଯାଇଥାଏ । ଏହି ନୃତ୍ୟ ସାଂସ୍କୃତିକ ଗୌରବ, ଶକ୍ତି ଏବଂ ଏକତାର ପ୍ରତୀକ ।

Get real time updates directly on you device, subscribe now.