କୁକୁରର ଜନ୍ମଦିନରେ ୫ ଲକ୍ଷ ଖର୍ଚ୍ଚ କଲେ ଏହି ମହିଳା, କେକ୍ ଖାଲି ୪୦ ହଜାର

ଲକ୍ଷେ ନୁହେଁ ୨ ଲକ୍ଷ ନୁହେଁ, ୫ ଲକ୍ଷ ଖର୍ଚ୍ଚ କଲେ କୁକୁର ଜନ୍ମଦିନରେ ଏହି ମହିଳା। ଜନ୍ମଦିନର କେକ୍ କେବଳ ୪୦ ହଜାର ଟଙ୍କା।

ନୂଆଦିଲ୍ଲୀ: ସାଧାରଣତଃ ଅନେକ ପଶୁପ୍ରେମୀ ଅଛନ୍ତି, ଯେଉଁମାନେ ନିଜ ଅପେକ୍ଷା ଗୃହ ପାଳିତ ପଶୁଙ୍କ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିଥାଆନ୍ତି। ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ କୁକୁରର ଜନ୍ମଦିନ ପାର୍ଟୀରେ ମଲିକ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି।

କୁକୁର ଜନ୍ମ ଦିନରେ ୫ ଲକ୍ଷ ଖର୍ଚ୍ଚ: ଲକ୍ଷେ ନୁହେଁ ୨ ଲକ୍ଷ ନୁହେଁ, ୫ ଲକ୍ଷ ଖର୍ଚ୍ଚ କଲେ କୁକୁର ଜନ୍ମଦିନରେ ଏହି ମହିଳା। ସବୁଠୁ ଚର୍ଚ୍ଚାର ବିଷୟ ଏହା ଯେ, ଜନ୍ମଦିନର କେକ୍ କେବଳ ୪୦ ହଜାର ଟଙ୍କା। ଏହି ବାର୍ଥଡେ ପାର୍ଟୀରେ ଆହୁରି ଅଧିକ କିଛି କରାଯାଇଛି।

ନିଜ କୁକୁର ପ୍ରତି ଅହେତୁକ ପ୍ରେମ ପାଇଁ ଚର୍ଚ୍ଚାରେ ରହିଛନ୍ତି ଜଣେ ମହିଳା। ସେ ନିଜ କୁକୁର ଜନ୍ମଦିନ ପାଳିବା ଲାଗି ୪୦ ହଜାର ଟଙ୍କାର କେକ୍ ଏବଂ ୩୦ ଲୋକଙ୍କ ପାଇଁ ବିଳାସପୂର୍ଣ୍ଣ ଭୋଜିର ବ୍ୟବସ୍ଥା ମଧ୍ୟ କରିଥିଲେ। ଖାଲି ଏତିକି ନୁହେଁ, ଏହି ମହିଳାଜଣଙ୍କ କୁକୁରର ଜନ୍ମଦିନ ପାଇଁ ନିମନ୍ତ୍ରଣ କାର୍ଡ ବି ଛପାଇଥିଲେ ଏବଂ ଏକ ଡିଜେ ନାଇଟର ବ୍ୟବସ୍ଥା କରିଥିଲେ।

ଏହି ମହିଳାଙ୍କ ନାମ ସପନା, ସେ ଝାଡ଼ଖଣ୍ଡର ଜମସେଦପୁରର ବାସିନ୍ଦା। ପ୍ରତିବର୍ଷ ସେ ସପନା ଜନ୍ମଦିନ ଖୁବ ଧୁମଧାମର ସହ ପାଳନ କରିଥାଆନ୍ତି। ତେବେ ସୋସିଆଲ ମିଡିଆରେ ଏହି ବାର୍ଥଡେର ଭିଡିଓ ଭାଇରାଲ ହେବା ପରେ ଲୋକମାନେ ବିଭିନ୍ନ ପ୍ରକାରର କମେଣ୍ଟ ଦେବା ଆରମ୍ଭ କରିଛନ୍ତି।