Breaking: ଧନୁଯାତ୍ରାରେ ଖର୍ଚ୍ଚ ହେବ ଦେଢ଼ କୋଟି ଟଙ୍କା, ୟୁନେସ୍କୋ ମାନ୍ୟତା ପାଇଁ ଉଦ୍ୟମ କରୁଛନ୍ତି ସରକାର

ବରଗଡ଼: ଓଡ଼ିଆ ଅସ୍ମିତାର ପରିଚୟ ହେବ ବରଗଡ଼ର ଧନୁଯାତ୍ରା । ଧନୁଯାତ୍ରା ଖର୍ଚ୍ଚ ବାବଦକୁ ସରକାର ଦେବେ ଦେଢ଼କୋଟି । ଧନୁଯାତ୍ରାର ବୃତ୍ତଚିତ୍ର ପ୍ରସ୍ତୁତ କରିବ ଏନଏସଡି ।

ବିଭିନ୍ନ ଚରିତ୍ରରେ ଅଭିନୟ କରୁଥିବା କଳାକାରଙ୍କଚୁ ମିଳିବ ୧୦ ହଜାର ଟଙ୍କା । ପୋଷାକ ଓ ଆନୁସାଙ୍ଗିକ ଖର୍ଚ୍ଚ ବାବଦକୁ ୧୦ ହଜାର ଲେଖାଏଁ ଦିଆଯିବ ।

ବରଗଡ଼ ସମେତ ବିଭିନ୍ନ ଜିଲ୍ଲାରେ ଏଲଇଡି ସ୍କ୍ରିନିଂ ହେବ । ଧନୁଯାତ୍ରାକୁ ୟୁନେସ୍କୋର ଆର୍ନ୍ତଜାତୀୟ ମାନ୍ୟତା ପାଇଁ ଉଦ୍ୟମ କରାଯାଉଛି ।