fbpx

ରେକର୍ଡ ଭାଙ୍ଗିଛି ବୃଷ୍ଟିପାତ: ୧୨୧ ବର୍ଷ ଭିତରେ ମେ’ ମାସରେ ହୋଇଛି ଦ୍ୱିତୀୟ ସର୍ବାଧିକ ବର୍ଷା

Advertisement

ନୂଆଦିଲ୍ଲୀ : ବିଗତ ୧୨୧ ବର୍ଷ ଭିତରେ ଚଳିତ ବର୍ଷ ମେ’ ମାସରେ ହୋଇଥିବା ବର୍ଷା ରେକର୍ଡ ସୃଷ୍ଟି କରିଛି । ଭାରତୀୟ ପାଣିପାଗ ବିଭାଗର ସୂଚନା କ୍ରମେ ଦେଶରେ ଦ୍ୱିତୀୟ ସର୍ବାଧିକ ବୃଷ୍ଟିପାତ ଚଳିତ ବର୍ଷ ମେ ମାସରେ ହୋଇଛି । ତେବେ ମେ’ ମାସରେ ଦେଶ ସାମ୍ନା କରିଥିବା ତୌକ୍‌ତେ ଓ ୟଶ ପରି ଲଗାତାର ଦୁଇ ଦୁଇଟି ମହାବାତ୍ୟା ଯୋଗୁଁ ଏପରି ପ୍ରବଳ ବର୍ଷା ହୋଇଥିବା ଜଣାଯାଇଛି । ଗତମାସରେ ହାରାହାରି ମୋଟ ୧୦୭.୯ ମିମି ବର୍ଷା ହୋଇଛି ଯାହା ଉକ୍ତ ମାସର ଦୀର୍ଘକାଳୀନ ହାରାହାରି(ଏଲ୍‌ପିଏ) ଥିବା ୬୨ ମି.ମି.ଠାରୁ ୭୪ ପ୍ରତିଶତ ଅଧିକ ରହିଛି । ୧୯୦୧ ମସିହା ପରଠାରୁ ବର୍ତ୍ତମାନ ସୁଦ୍ଧା ମେ’ ମାସରେ ହିଁ ସର୍ବାଧିକ ୧୧୦.୭ ମି.ମି. ବୃଷ୍ଟିପାତ ହୋଇଥିବା ରେକର୍ଡ କହୁଛି ।

ସେହିପରି ୧୯୦୧ ପରଠାରୁ ଚଳିତ ବର୍ଷ ମେ’ ମାସରେ ହିଁ ତୃତୀୟ ସର୍ବନିମ୍ନ ହାରାହାରି ତାପମାତ୍ରା ଅନୁଭୂତ ହୋଇଥିବା ପାଣିପାଗ ବିଭାଗ ତଥ୍ୟରୁ ସ୍ପଷ୍ଟ ହୋଇଛି । ଗତ ମାସରେ ହାରାହାରି ତାପମାତ୍ରା ୩୪.୧୮ ଡିଗ୍ରି ସେଲ୍‌ସିଅସ୍‌ ରହିଥିବା ବେଳେ ୧୯୧୯ ମେ’ରେ ସର୍ବନିମ୍ନ ୩୨.୬୮ଡିଗ୍ରି ସେଲ୍‌ସିଅସ୍‌ ଓ ୧୯୭୭ ମେ’ରେ ୩୩.୮୪ ଡିଗ୍ରି ସେଲ୍‌ସିଅସ୍‌ ଥିବା ଜଣାଯାଇଛି ।

 

Get real time updates directly on you device, subscribe now.