ଏଥର ଭିନ୍ନ ଅନ୍ଦାଜରେ ପରୀକ୍ଷା ପେ ଚର୍ଚ୍ଚା, ପ୍ରଧାନମନ୍ତ୍ରୀଙ୍କ ଭଳି ଟିପ୍ସ ଦେବେ ଦୀପିକା, ସଦଗୁରୁ ଓ ଅନ୍ୟ ବିଶିଷ୍ଟ ସେଲିବ୍ରିଟି
ଫେବୃଆରୀ ୧୦ରେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାମିଲ ହେବେ ସଦଗୁରୁ, ଦୀପିକା ଓ ଅନ୍ୟ ଲୋକପ୍ରିୟ ସେଲିବ୍ରିଟି । ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ଦେବେ ପରୀକ୍ଷା ଟିପ୍ସ ।
ନୂଆଦିଲ୍ଲୀ: ଏଥର ଭିନ୍ନ ଏବଂ ନୂତନ ଶୈଳୀରେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆସନ୍ତା ଫେବୃଆରୀ ୧୦ରେ ପରୀକ୍ଷା ପେ ଚର୍ଚ୍ଚାର ୮ମ ସଂସ୍କରଣ ପ୍ରସାରିତ ହେବ ।
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଅନେକ ସେଲିବ୍ରିଟିମାନେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଟିପ୍ସ ଦେବେ ।
ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ପ୍ରାୟ ତିନି କୋଟିରୁ ଅଧିକ ଛାତ୍ରଛାତ୍ରୀ ପଞ୍ଜିକରଣ କରିଛନ୍ତି ।
ନୂଆ ଫର୍ମାଟ: ପରୀକ୍ଷା ପେ ଚର୍ଚ୍ଚାର ଇଣ୍ଟରଆକ୍ଟିଭ୍ କାର୍ଯ୍ୟକ୍ରମ ନୂତନ ଫର୍ମାଟରେ ଆୟୋଜିତ ହେବ । ସାଧାରଣତଃ, ବୋର୍ଡ ପରୀକ୍ଷା ପୂର୍ବରୁ ହେଉଥିବା ଏହି ଆଲୋଚନାରେ, ଏପର୍ଯ୍ୟନ୍ତ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ସହ ଜଡିତ ଚାପରୁ ମୁକ୍ତି ପାଇବାର ମନ୍ତ୍ର ଦେଉଥିବା ଦେଖାଯାଇଛି ।
କିନ୍ତୁ ଏଥର ଦୀପିକା ପାଦୁକୋନ୍, ସଦଗୁରୁ, ମେରି କମ୍, ବିକ୍ରାନ୍ତ ମେସି, ଭୂମି ପେଦନେକର, ରାଧିକା ଗୁପ୍ତାଙ୍କ ଭଳି ଲୋକପ୍ରିୟ ସେଲିବ୍ରିଟି ଯୋଗ ଦେବେ । ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପାଇଁ ଚାପମୁକ୍ତ ରହିବା ନେଇ ମନ୍ତ୍ର ଦେବେ।
କାର୍ଯ୍ୟକ୍ରମ କେଉଁଠି ହେବ: ଏହି କାର୍ଯ୍ୟକ୍ରମ ଜାନୁଆରୀ ୧୦, ୨୦୨୫ରେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଟାଉନ ହଲ୍ ଫର୍ମାଟରେ ଅନୁଷ୍ଠିତ ହେବ। ଏହା ପ୍ରତିବର୍ଷ ଷଷ୍ଠ ରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ଚାପ ଦୂର କରିବା ପାଇଁ ଆୟୋଜିତ ହୋଇଥାଏ ।
ଏହି interactive କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବାର ସୁଯୋଗ ପାଇବେ। ଏହି କାର୍ଯ୍ୟକ୍ରମରେ ଚୟନିତ ପ୍ରଶ୍ନଗୁଡ଼ିକ ସ୍ଥାନ ପାଇପାରେ।