Valentine Dayରେ ଜାଣନ୍ତୁ କେଉଁ ଝିଅକୁ ଜୀବନସାଥୀ କଲେ ଖୁସିରେ କଟିବ ସାରା ଜୀବନ…ମିଳିବ ସମୃଦ୍ଧି
ଏହି ଖାସ୍ ରାଶିର ଝିଅଙ୍କ ସାଥ୍ ବଦଳାଇଦିଏ ଜୀବନ । ଜାଣନ୍ତୁ କେମିତି ଥାଏ ଏମାନଙ୍କ ସ୍ୱଭାବ ।
ଓଡ଼ିଶା ଭାସ୍କର: ଜୀବନସାଥୀକୁ ନେଇ ପ୍ରତ୍ୟେକ ବ୍ୟକ୍ତିଙ୍କ କିଛିଟା ଖାସ୍ ଇଚ୍ଛା ରହିଥାଏ । ପ୍ରତ୍ୟେକଙ୍କ ଆଶା ସେମାନଙ୍କୁ ଏକ ଉତ୍ତମ ଜୀବନସାଥୀ ମିଳୁ; ଯେ ଦୁଃଖ, ସୁଖରେ ପରସ୍ପରର ବଳ ହୋଇ ଛିଡ଼ା ରହିବେ । କୌଣସି ବ୍ୟକ୍ତିର ସ୍ୱଭାବ ପ୍ରେମ କଲାବେଳେ ଜଣାପଡ଼ି ନ ଥାଏ । କିନ୍ତୁ ଜ୍ୟୋତିଶ ଶାସ୍ତ୍ରରେ ଆପଣମାନେ ଜାଣିପାରିବେ କେଉଁ ରାଶିର ଜୀବନ ସାଥୀ ଆପଣଙ୍କ ପାଇଁ ଉପଯୁକ୍ତ । କେଉଁ ରାଶିର ଝିଅକୁ ଜୀବନସାଥୀ କଲେ ଦୁଃଖ ସବୁ ଦୂର ହୁଏ ।
କର୍କଟ ରାଶି: କର୍କଟ ରାଶିର ଝିଅମାନେ ଖୁବ୍ ସମ୍ବେଦନଶୀଳ ଏବଂ ଭାବୁକ । ସବୁବେଳେ ଭାବନାତ୍ମକ ଦୁନିଆରେ ରୁହନ୍ତି । ଅନ୍ୟର ଯତ୍ନ ନେବାରେ ମଧ୍ୟ ସେ ବେଶ୍ ଆଗୁଆ । ନିଜ ପାର୍ଟନରର ଭାବନାକୁ ଜାଣିବା ପାଇଁ ସେମାନେ ସକ୍ଷମ । ସମ୍ପର୍କକୁ ଜୀବନସାରା ପର୍ଯ୍ୟନ୍ତ ସୁଚାରୁରୂପେ ଚଳାନ୍ତି । ଏହି ରାଶିର ଝିଅ ନିଜ ପ୍ରେମିକ ବା ସ୍ୱାମୀଙ୍କ ପ୍ରତି ସବୁବେଳେ ସମର୍ପିତ ହୋଇ ରୁହନ୍ତି ।
ସିଂହ ରାଶି: ନିଜର ମନ କଥା କାହାକୁ କହିବାରେ ସଙ୍କୋଚ ପ୍ରକାଶ କରନ୍ତି । କିନ୍ତୁ ଏହି ରାଶିର ଝିଅ ଯେତେବେଳେ ପ୍ରେମରେ ପଡ଼ନ୍ତି, ସେତେବେଳେ ସେମାନଙ୍କ ପ୍ରେମିକକୁ ଗୁରୁତ୍ୱ ଦେବା ସହ ସବୁବେଳେ ତାଙ୍କ ଖୁସିକୁ ଆଗରେ ରଖନ୍ତି । ନିଷ୍ଠାପର ଭାବେ ନିଜ ଦାୟିତ୍ୱ ତୁଲାନ୍ତି ଏହି ରାଶିର ଝିଅ ।
ତୁଳା ରାଶି: ନିଜ ଜୀବନ ସାଥୀ ପ୍ରତି ଖୁବ୍ ସମର୍ପିତ ରୁହନ୍ତି । ସମ୍ପର୍କରେ ସନ୍ତୁଳନ ବନେଇ ରଖିବାକୁ ଏହି ରାଶିର ଝିଅ ପସନ୍ଦ କରନ୍ତି । ନିଜ ଆତ୍ମସମ୍ମାନକୁ ମଧ୍ୟ ଏମାନେ ଗୁରୁତ୍ୱ ଦିଅନ୍ତି । ନିଜେ ଯେଉଁ ଭାବେ ସ୍ୱାମୀ ବା ପ୍ରେମିକଙ୍କୁ ସମ୍ମାନ ବା ଭଲପାଇବା ଦିଅନ୍ତି, ସମାନ ଭଲପାଇବା ଓ ସମ୍ମାନ ସେ ନିଜ ପାର୍ଟନରଙ୍କଠାରୁ ଆଶା କରନ୍ତି ।
ବୃଷ ରାଶି: ଏହି ରାଶିର ଝିଅ ସହଜରେ ପ୍ରେମରେ ପଡ଼ିଯାଆନ୍ତି । ଯେଉଁମାନେ ତାଙ୍କୁ ଭଲ ବ୍ୟବହାର କରନ୍ତି ଏବଂ ସମ୍ମାନ ଦିଅନ୍ତି ସେହି ଲୋକଙ୍କୁ ବୃଷ ରାଶିର ଝିଅ ବେଶୀ ପସନ୍ଦ କରନ୍ତି । ସମ୍ପର୍କରେ କୌଣସି ବାହାର ଲୋକଙ୍କ ହସ୍ତକ୍ଷେପକୁ ଏମାନେ ଗ୍ରହଣ କରନ୍ତିନାହିଁ । ଲଙ୍ଗ ଡ୍ରାଇଭ୍ ଏବଂ ପାର୍ଟନରଙ୍କ ସହ କ୍ୱାଲିଟି ଟାଇମ୍ ବିତାଇବା ସେମାନଙ୍କ ପସନ୍ଦ । କିନ୍ତୁ ଏମାନଙ୍କୁ ରାଗ ଜଲଦି ଆସେ । ନିଜ ସମ୍ପର୍କକୁ ନେଇ ସବୁବେଳେ ଗମ୍ଭୀର ରୁହନ୍ତି ।
ମୀନ ରାଶି: ନିଜ ଶହନଶୀଳ ସ୍ୱଭାବ ପାଇଁ ଜଣାଯାଆନ୍ତି ମରନ ରାଶିର ଝିଅ । ନିଜ ପାର୍ଟରଙ୍କ ଭାବନାକୁ ଅତି ସହଜରେ ଜାଣିପାରନ୍ତି ମୀନ ରାଶିର ଝିଅ । ପ୍ରେମକୁ ନେଇ ସେ ଖୁବ୍ ସମ୍ବେଦନଶୀଳ ରୁହନ୍ତି । ଏମାନେ ଖୁବ୍ ଦୟାଳୁ ସ୍ୱାଭବର ହୋଇଥାନ୍ତି । ସବୁବେଳେ କିଛି କରିବାର ଅଚ୍ଛା ସେମାନଙ୍କ ମନରେ ରୁହେ । ସବୁଠାରୁ ଖାସ୍ କଥା ଏମାନେ ବହୁତ ରୋମାଣ୍ଟିକ୍ ସ୍ୱଭାବନର ହୋଇଥାଆନ୍ତି ।