fbpx

ଏୟାରପୋର୍ଟକୁ ବମରେ ଉଡାଇବା ପାଇଁ ମିଳିଲା ଧମକ: ବମ୍ ସ୍କ୍ୱାଡକୁ ଡକାଇଲା ପ୍ରଶାସନ

ପାଟନା: ଏୟାରପୋର୍ଟକୁ ବମ୍ ଲଗାଇ ଉଡାଇଦେବା ପାଇଁ ଧମକ୍ ଦେଉଛନ୍ତି ଦୁର୍ବୃତ୍ତ । ଏହି ଫୋନ୍ କଲ ପାଇବା ପରେ ଚାରିଆଡେ ଆତଙ୍କ ଖେଳିଯାଇଛି । ବମକୁ ଖୋଜି ଏହାକୁ ନଷ୍ଟ କରିବା ପାଇଁ ତତ୍ପର ହୋଇଛି ପୋଲିସ ଡିପାର୍ଟମେଣ୍ଟ । ତେବେ ଏଥିପାଇଁ ଯଥାଶୀଘ୍ର ବମ କ୍ୱାଡକୁ ଡକାଇବା ସହ ବମ୍ ଯାତ୍ରୀଙ୍କ ସୁରକ୍ଷା ଉପରେ ନଜର ରଖିଛି । ବମ ସ୍କ୍ୱାଡ ଏୟାରପୋର୍ଟରେ ପହଞ୍ଚି ଖୋଜାଖୋଜି ଜାରି ରଖିଛି ।

ସୂଚନା ଅନୁସାରେ, ବିହାର ରାଜଧାନୀ ପଟନାର ଲୋକନାୟକ ଜୟପ୍ରକାଶ ନାରାୟଣ ଅନ୍ତରାଷ୍ଟ୍ରୀୟ ଏୟାରପୋର୍ଟକୁ ବମ ପକାଇ ଉଡାଇଦେବା ପାଇଁ କେହି ଜଣେ ଫୋନରେ ଧମକ ଦେଇଛି । ପୋଲିସକୁ ଏହି କଲ୍ ମିଳିବା ପରେ ଏୟାରପୋର୍ଟର ସୁରକ୍ଷାକୁ ଆହୁରି କଡାକଡି କରି ଦିଆଯାଇଛି । ତେବେ ପୋଲିସ ଏହି କଲକୁ ଭିତ୍ତି କରି ଏୟାରପୋର୍ଟ ଚେକିଙ୍ଗ ପାଇଁ ବମ ସ୍କ୍ୱାଡକୁ ଡକାଇଛି । ତେବେ ବମ ସ୍କ୍ୱାଡ ଏବଂ ପୋଲିସର ଏହି ପଦକ୍ଷେପକୁ ଲୋକମାନେ ଏକ ମକଡ୍ରିଲ ଭାବି ଧ୍ୟାନ ଦେଇ ନଥିଲେ । ଏହାସହିତ ରାଜ୍ୟ ବିଡିଡିଏସ ଟିମ୍ ଏବଂ ବମ୍ ସ୍କ୍ୱାଡ ମିଶି ବିସ୍ଫୋରକ ଖୋଜିବାରେ ଚେଷ୍ଟା ଚଳାଇଥିଲେ ମଧ୍ୟ ଫେଲ ମାରିଛନ୍ତି ।

ତେବେ ଏୟାରପୋର୍ଟରୁ ଉଭୟଙ୍କୁ କୌଣସି ବିସ୍ପୋରକ ପଦାର୍ଥ ବା ସନ୍ଦେହଜନକ ଜିନିଷ ମିଳି ନଥିବା ସୂଚନା ମିଳିଛି । ତେଣୁ ବିମାନ ଚଳାଚଳରେ କୌଣସି ବାଧା ସୃଷ୍ଟି ହୋଇନାହିଁ । ଏହାପୂର୍ବରୁ ରାଜଧାନୀ ଦିଲ୍ଲୀର ସାଦିକ ନଗର ସ୍ଥିତ ଇଣ୍ଡିଆନ୍ ସ୍କୁଲକୁ ବିସ୍ଫୋରଣରେ ଉଡାଇଦେବାକୁ ଧମକ ଦିଆଯାଇଥିଲା । ତେବେ ଏଠାରେ ମଧ୍ୟ କୌଣସି ବିସ୍ଫୋରକ ମିଳି ନଥିଲା ।

Get real time updates directly on you device, subscribe now.