fbpx

ଦିଲ୍ଲୀରୁ ଚୋରି କରି ଓଡ଼ିଶାରୁ ଗିରଫ; ସୋରରୁ ୨, ଖଇରାରୁ ଜଣେ

Advertisement

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଦିଲ୍ଲୀରେ ଚୋରି ଘଟଣା ମାମଲାରେ ଓଡିଶାରୁ ୩ ଜଣଙ୍କୁ ଗିରଫ କରାଯାଇଛି । ଦିଲ୍ଲୀରେ ଜଣେ ସମ୍ବାଦିକଙ୍କ ଘରୁ ଚୋରି କରିଥିବା ମାମଲାରେ ଏହି ଅଭିଯୁକ୍ତମାନଙ୍କୁ ଗିରଫ କରିଥିବାର ଜଣାପଡିଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତି ସୋର ଥାନାରେ ଅଞ୍ଚଳର ଦୁଇଜଣ ଏବଂ ଖଇରା ଥାନା ଅଞ୍ଚଳର ଜଣେ ଜଣେ ବୋଲି ପ୍ରମାଣିତ ହୋଇଛି ।

ଖବର ଅନୁସାରେ , ଦିଲ୍ଲୀର ସେହି ସାମ୍ବାଦିକଙ୍କ ଘରୁ ୭୮ ଲକ୍ଷ ଟଙ୍କାର ସୁନା ସହିତ ହୀରା ଅଳଙ୍କାର ଏବଂ ନଗଦ ୪ ଲକ୍ଷ ଟଙ୍କା ଅଭିଯୁକ୍ତଙ୍କ ଠାରୁ ଜବତ କରାଯାଇଛି । ଗିରଫ ହୋଇଥିବା ଚୋର ମାନେ ଏହି ସୁନା ଗହଣାକୁ ନେଇ ୨ ସୁନା ବ୍ୟବସାୟୀଙ୍କୁ ବିକ୍ରି କରିଥିଲେ ।

ଘଟଣା ସହିତ ଏହି ଲୁଟେରା ଜଡିତ ଥିବା ଜାଣିଲା ପରେ ସେହି ୨ ଜଣ ସୁନା ବ୍ୟବସାୟୀ ଫେରାର ହୋଇଥିବାର ସୂଚନା ମିଳିଛି । ଏହି ଅଭିଯୁକ୍ତମାନଙ୍କ ନାମରେ ଗତବର୍ଷ ଦେଢ କୋଟି ଟଙ୍କା ମୂଲ୍ୟର ସୁନା, ହୀରା ଅଳଙ୍କାର ଚୋରି ଅଭିଯୋଗ ହୋଇଥିଲା ।

Get real time updates directly on you device, subscribe now.