fbpx

ଗୁଣ୍ଡିଚା ମନ୍ଦିର ଆଗରେ ତିନି ରଥ : ଆଜି ପହଞ୍ଚିଲା ଦର୍ପଦଳନ ଓ ନନ୍ଦିଘୋଷ ରଥ

ପୁରୀ : ମଙ୍ଗଳବାର ଅପରାହ୍ନରେ ରଥ ଟାଣିବା କାର୍ଯ୍ୟକ୍ରମ ଆରମ୍ଭ ହୋଇ ବୁଧବାର ସକାଳ ସମୟରେ ଶେଷ ହୋଇଛି । ବର୍ତ୍ତମାନ ଶରଧାବାଲିରେ ପହଞ୍ଚିଲା ଦର୍ପଦଳନ ଓ ନନ୍ଦିଘୋଷ ରଥ । ଗତକାଲି ଅର୍ଥାତ ମଙ୍ଗଳବାର ଦିନ ଶରଧାବାଲିରେ ପ୍ରଥମେ ଲାଗିଥିଲା ଶ୍ରୀ ବଳଭଦ୍ରଙ୍କ ରଥ ତାଳଧ୍ୱଜ ।

ଗତକାଲି ଅପରାହ୍ନ ୩ଟା ୪ମିନିଟରେ ପ୍ରଥମେ ଶରଧାବାଲି ଆଡ଼କୁ ଗଡିଥିଲା, ଭଉଣୀ ଶୁଭଦ୍ରାର ଦର୍ପଦଳନ ରଥଟି ୩ଟା ୫୫ମିନିଟରେ ଏବଂ ମହାପ୍ରଭୁଙ୍କ ନନ୍ଦିଘୋଷ ରଥଟି ୪ଟା ୪୦ମିନିଟରେ ଅଭିମୁଖେ ଗଡିଥିଲା । ଶ୍ରଦ୍ଧାଳୁ ସର୍ବ ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ହରିବୋଲ ଡାକ ସହିତ ହୁଳହୁଳି ଏବଂ ଘଣ୍ଟର ଶବ୍ଦର ସହିତ ଆନନ୍ଦରେ ଶରଧାବାଲି ଆଡକୁ ଟାଣି ନେଇଥିଲେ । ସମୟରେ ବିଳମ୍ବ ହେତୁ ମହାପ୍ରଭୁଙ୍କ ନନ୍ଦିଘୋଷ ରଥଟି ଗଳଗଣ୍ଡି ଛକରେ ଅଟକିଥିବା ବେଳେ ଶୁଭଦ୍ରାଙ୍କ ରଥ ଦର୍ପଦଳନ ବଡ଼ଶଙ୍ଖ ଠାରେ ଅଟକିଥିଲା ।

ବୁଧବାର ସକାଳ ସମୟରେ ଅଧାବାଟରେ ଅଟକି ଥିବା ନନ୍ଦିଘୋଷ ଏବଂ ଦର୍ପଦଳନ ରଥକୁ ଭକ୍ତମାନେ ଶ୍ରଦ୍ଧାର ସହିତ ଶରଧାବାଲି ଅଭିମୁଖେ ଟାଣି ନେଇଛନ୍ତି । ରଥ ଟାଣିବା ସମୟରେ ଶ୍ରଦ୍ଧାଳୁଙ୍କ ଘଣ୍ଟ, ହୁଳହୁଳି ଏବଂ ହରିବୋଲ ଶବ୍ଦରେ ଆନନ୍ଦର ଲହରୀ ଖେଳିଯାଇଥିଲା ବଡ଼ହାଣ୍ଡରେ ।

Get real time updates directly on you device, subscribe now.