ଚୁଟକିରେ ଶରୀରରୁ ଉଭେଇଯିବ ଥକାପଣ, ଖରାଦିନେ ମାନନ୍ତୁ Three Drink Theory
ପାଣି ଶରୀର ପାଇଁ ବହୁତ ଜରୁରୀ । ଖରାଦିନରେ ବଦଳାନ୍ତୁ ଆପଣଙ୍କ ପାନୀୟ ।
ଓଡ଼ିଶା ଭାସ୍କର: ଗରମ ଦିନକୁ ଦିନ ବଢ଼ିବାରେ ଲାଗିଛି । ଖରା ଦିନେ ଶରୀରରେ ପାଣିର ପରିମାଣ କମିଯାଏ । ଯାହଫଳରେ ଅଂଶୁଘାତ, ଝାଡ଼ା ବାନ୍ତି ଭଳି ସମସ୍ୟା ଦେଖିବାକୁ ମିେଳେ । ବେଳେବେଳେ ସ୍ଥିତି ଏତେ ଖରାପ ହୋଇଯାଏ ଯେ, ଲୋକମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେବାକୁ ପଡ଼ିଥାଏ ।
କିନ୍ତୁ ଆପଣ ଯଦି ଥ୍ରୀ ଡ୍ରିଙ୍କ ଥିଓରୀ ଆପଣାଇବେ ତେବେ ଏଭଳି ସମସ୍ୟାକୁ ଦୂର କରିପାରିବେ । ଚାଲନ୍ତୁ ଜାଣିବା ଏହି ଥ୍ରୀ ଡ୍ରିଙ୍କ ଥିଓରୀ ବିଷୟରେ ଅଧିକ…
ଆମ ଶରୀର ୫୦ରୁ ୭୦% ଅଂଶ ପାଣିରେ ଗଢ଼ା । ଶରୀର କୋଷିକାଗୁଡ଼ିକ ସଠିକ୍ ଭାବେ କାମ କରିବା ପାଇଁ ପାଣିର ଆବଶ୍ୟକତା ରହିଥାଏ । ପାଣି ଅଭାବରେ ଉକ୍ତ ଟିସୁ ବା କୋଷିକା ଦୁର୍ବଳ ହେବା ସହ କାମ କରିବା ବନ୍ଦ କରିଦିଅନ୍ତି ।
ଯେଉଁ କାରଣରୁ ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଏ । କିନ୍ତୁ ଖରାଦିନେ ଶରୀରରେ ଏ ବ୍ୟତିକ୍ରମ ଅଧିକ ବଢ଼ିଯାଏ ପାଣି ଅଭାବ ହେଲେ ।
ସାଦା ପାଣି: ଦିନରେ ଅତି କମରେ ୮ରୁ ୧୦ ଗ୍ଲାସ ସାଦା ପାଣି ପିଇବା ଆବଶ୍ୟକ । ଯଦି ସାଦା ପାଣି ପିଇବାକୁ ପସନ୍ଦ ଆସୁନାହିଁ ତେବେ ପାଣିରେ ଲେମ୍ବୁ, ପୋଦିନା, ଡାଳଚିନି, ପାନମଧୁରୀ ଏବଂ ଚିଆ ସିଡ୍ସ ମିଶେଇ ପିଇବା ଆବଶ୍ୟକ ।
ଜୁସ୍: ପ୍ରଚୁର ପରିମାଣରେ ଫଳ ଓ ସିଜିନିାଲ ଫ୍ରୁଟ୍ସ ଖାଇବାକୁ ଭୁଲନ୍ତୁ ନାହିଁ । ନଚେତ୍ ଏ ସବୁର ଜୁସ୍ ବାହାର କରି ପିଅନ୍ତୁ । ଏହା ବ୍ୟତୀତ କଖାରୁ, ଟମାଟୋ ପାଳଙ୍ଗ ଏବଂ ଗାଜର ସୁପ୍ କରି ପିଅନ୍ତୁ ।
କଫିନଠାରୁ ଦୂରରେ ରୁହ: ଚା, କଫି ଅତି ବେଶିରେ ୨ରୁ ୩ ଥର ଗୋଟିଏ ଦିନରେ ପିଅନ୍ତୁ । ଖରାଦିନେ ଏ ସବୁର ମାତ୍ରା କମାଇବା ଶରୀର ପକ୍ଷେ ଭଲ । କାରଣ ପାଣି ଓ ଫଳ ରସର ପ୍ରଭାବ ଏମାନଙ୍କ ଦ୍ୱାରା ପ୍ରଭାବିତ ହୁଏ ।